May 18, 2024

କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ଧର୍ମେନ୍ଦ୍ର ର ଅଭିଯାନ ଆରମ୍ଭ

1 min read
Dharmendra Pradhan offering book Narendra Modi

୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦେଶର ଶତକଡା ୮୦ ଭାଗ ଲୋକ ଚାହୁଁଥିବାବଳେ ଓଡିଶାରେ ମଧ୍ୟ ଘରେ ଘରେ ଏବେ ଜଣେ ପରିଚିତ ନେତା ଓ ଭାବି ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହେଉଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ଓଡିଶାର ପ୍ରତ୍ୟେdharmendraPradhanକ ଜିଲ୍ଲାରେ ସଭା କରି କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହିତ ରାଜ୍ୟ ସରକାର କିଭଳି କେନ୍ଦ୍ର ସରକାରଙ୍କୁ ମିଥ୍ୟାରୋପ ଦେଇ ନିଜର ଦାୟିତ୍ଵରୁ ଦୂରେଇ ରହୁଛି | ରାଜ୍ୟରେ ପ୍ରଚୁର ପରିମାଣରେ ପ୍ରାକୃତିକ ସମ୍ପତ୍ତି ସହିତ ସବୁ ପ୍ରକାର ସାଧନ ଭଣ୍ଡାର ହୋଇଥିଲେ ମଧ୍ୟ ଆମ ରାଜ୍ୟ ଦେଶର ଶେଷ ୫ ତାଲିକାରେ ଆସୁଛି| କେବଳ ସ୍ବଚ୍ଛ ଚିନ୍ତାଧାରା ଏବଂ ସଠିକ ଓ ଦୃଢ ନେତୃତ୍ତ୍ଵର ଅବଶ୍ୟକ | ଆଉ ସେଥିପାଇଁ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ନେତା ଓ ଯୁବକ ମାନଙ୍କର ଆଦର୍ଶ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଞ୍ଛୁ |

ଆଜି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪୯ତମ ଶୁଭ ଜନ୍ମ ଦିବସରେ ଦିଲ୍ଲୀସ୍ଥିତ ସମାଜସେବକ ଶ୍ରୀ ସଂଗ୍ରାମ ଧର ଓ ତାଙ୍କର ମୁଖ୍ୟ ଟିମ ସଂକଲ୍ପ ନେଇଛନ୍ତିଯେ ଏହି ଅଭିଯାନକୁ ରାଜ୍ୟବ୍ୟାପୀ ଦ୍ରୁତ ବେଗରେ ଚଳାଇବେ ଏବଂ’ ଆଗାମୀ ବର୍ଷ ଶ୍ରୀ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଦୃଢ ଅଶାପୋଷଣ କରିଛନ୍ତି | ଦେଶବ୍ୟାପୀ ଥିବା ସ୍ଵେଛାସେବକ ମାନେ ଏହି ଅଭିଯାନ ପାଇଁ ମାନସିକ ଓ ଶାରୀରିକ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ଧର ସୂଚନା ଦେଇଥିଲେ | ଆଜି ଯେଉଁମାନେ ସଂକଲ୍ପ ନେଇଛନ୍ତି ସେମାନଙ୍କ ମଧ୍ୟରୁ ମୁଖ୍ୟତଃ ଦେବରାଜ ମହାନ୍ତି, ରମେଶ ଲେଙ୍କା, ଜିତେନ୍ଦ୍ର ତ୍ରିପାଠୀ, ତନ୍ମୟ ଦାଶ, ପବିତ୍ର ଗୁରୁ, କୁଳଜିତ ସିଂହ, ଅବିନାଶ ଶତପଥି, ଆଲୋକ ରାଉତ, ଗୋପୀନାଥ ଉପାଧ୍ୟାୟ, ଧ୍ରୁବଚରଣ ମହାନ୍ତି, ଅଚ୍ୟୁତାନନ୍ଦ ରାଉତ, ଶ୍ୟାମସୁନ୍ଦର ରଣା, ସୁକାନ୍ତ ସାମଲ, ସଞ୍ଜୟ ଦତ୍ତ, ଅକ୍ଷୟ ପତୀ ଓ ସଞ୍ଜୟ କୁମାର ମିଶ୍ର  |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.