March 26, 2023

ଅସହାୟ ପ୍ରବାସୀଙ୍କୁ ସାହାଯ୍ୟର ହାତ ବଢାଇଲା ଦିଲ୍ଲୀ ସାରସ୍ଵତ ସଂଘ

1 min read
Delhi Saraswat sangh distributing dry ration

ଆଓରି-ନୂଆଦିଲ୍ଲୀ(୨୭/୦୪)ମହାମାରୀ କୋରନା ଭାଇରସ ପାଇଁ ଲକ୍ଡ଼ାଉନ ସମୟରେ ନୂଆଦିଲ୍ଲୀ ଓ ଏନସିର ଅଞ୍ଚଳରେ କାମ ଧନ୍ଦାବନ୍ଦ ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଅସହାୟ ପ୍ରବାସୀ ଓଡିଆ ଓ ଅଣଓଡିଆ ମାନଙ୍କ ପାଖରେ ସହାୟତାର ହାତ ବଢାଇଥିଲା ନୀଳାଚଳ ସାରସ୍ଵତ ସଂଘ, ପୁରୀ ଅନ୍ତର୍ଗତ ଦିଲ୍ଲୀ ସାରସ୍ଵତ ସଂଘ|

ସଂଘର ସଭ୍ଯ ମାନେ ବହୁ ପରିଶ୍ରମ କରି ଶୁଖିଲା ରାସନର ପ୍ଯାକେଟ ବନାଇ ଏକ ଛୋଟ ମାଲବୁହା ଗାଡିରେ ନେଇ ବିଭିନ୍ନ ସ୍ଥାନରେ ସ୍ଵେଛା ସେବକ ମାନଙ୍କ ଦ୍ଵାରା ଉପଯୁକ୍ତ ଲୋକଙ୍କୁ ଦିଆଯାଉଥିଲା | ଚାଉଳ, ଡାଲି, ଚୂଡା, ଗୁଡ, ତେଲ, ଲୁଣ, ଲଙ୍କା ଗୁଣ୍ଡ ,ହଳଦୀ ଗୁଣ୍ଡ, ସାବୁନ ଇତ୍ୟାଦି ରଖା ଯାଇ ଗୋଟିଏ ପ୍ଯାକେଟ ବନାହେଇଥିଲା, ଯାହାକି ଗୋଟିଏ ପରିବାର ଏକ ସପ୍ତାହ ରୁ ୧୦ ଦିନ ପର୍ଯ୍ୟନ୍ତ ଚଳି ପାରିବେ| ବିଗତ ୧ ମାସ ଧରି ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଦିନ ମଜୁରିଆ, ଶ୍ରମିକ ମାନଙ୍କୁ ଠାବ କରି ଏହି ପ୍ଯାକେଟ ସହିତ ସାନିଟାଇଜର ଓ ମାସ୍କ ମଧ୍ୟ ବଣ୍ଟନ କରାଯାଇଥିଲା| ଲୋକମାନଙ୍କୁ ରାସନ ବଣ୍ଟା ହେବ ସହିତ ସେମାନଙ୍କୁ କୋରନା ସମ୍ବନ୍ଧୀୟ ବିଭିନ୍ନ ସଚେତନତା ବାର୍ତ୍ତା ମଧ୍ୟ ଦିଆଯାଉଥିଲା |

ଲକ୍ଡ଼ାଉନ ପ୍ରାରମ୍ଭରୁ ଏଯାବତ ଚିହ୍ନଟ କରି ୨ ଟି ପର୍ଯ୍ଯାୟରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ଵ ପରିବାରକୁ ସାହାଯ୍ୟ ଯୋଗାଇ ଦେଇଛନ୍ତି ଦିଲ୍ଲୀ ସାରସ୍ଵତ ସଂଘ| ଏହି ମହାନ ପଦକ୍ଷେପ ଦିଲ୍ଲୀ ସାରସ୍ଵତ ସଂଘ, ଦିଲ୍ଲୀର ଅଗ୍ରଣୀ ସାମାଜିକ ସଂସ୍ଥା ଓଡିଆ ସମାଜ ସହିତ ମିଳିତ ସହଯୋଗରେ ସୂଚାରୁ ରୂପେ ଅନୁଷ୍ଠିତ ହୋଇଆସୁଅଛି ଏବଂ ଆଗାମୀ ଦିନରେ ଏହା ଯଥା ସମ୍ଭବ ଚାଲୁ ରହିବ ବୋଲି ସମ୍ପାଦକ ଶ୍ରୀ ସଂଗ୍ରାମ ଧର ସୂଚନା ଦେଇଥିଲେ|

Leave a Reply

Your email address will not be published.

Copyright © All rights reserved. | Newsphere by AF themes.