May 13, 2024

‘ଖେଲା ହବେ’ ନାମରେ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

1 min read

ଆଓରି-କୋଲକାତା(୧୦/୦୬) : ‘ଖେଲା ହବେ’ ଭଳି ଲୋକପ୍ରିୟ ଡାଏଲଗକୁ ଜୀବିତ ରଖିବାକୁ ମମତା ବାନାର୍ଜୀ ଏବେ ‘ଖେଲା ହବେ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଦେଲେ । ରାଜ୍ୟରେ କ୍ରୀଡାର ବିକାଶ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷରେ ମୁଖ୍ୟମନ୍ତ୍ରୀ ‘ଖେଲା ହବେ ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରତି କ୍ଲବକୁ ଫୁଟବଲ୍ ବଣ୍ଟନ କରିବ, ଯାହାଦ୍ୱାରା ଖେଳାଳୀ ମାନେ ଖେଳରେ ଉନ୍ନତି କରିବେ ବୋଲି କୁହାଯାଇଛି । ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଶାସକ ଓ ବିରୋଧୀ ନେତାଙ୍କ ଭାଷଣରେ ନିଶ୍ଚିନ୍ତ ଭାବେ ସ୍ଥାନ ପାଉଥିଲା ଏହି ଡାଏଲଗ । ଦିଦିଙ୍କ ଖେଲା ହବେ ଓ ମୋଦିଙ୍କ ଖେଲ ଖତମ୍ ଡାଏଲଗ ପଶ୍ଚିମବଙ୍ଗ ଭୋଟର ମାନଙ୍କ ପାଖରେ ବେସ ଲୋକପ୍ରିୟ ପାଲଟି ଯାଇଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.