ପ୍ରବାସୀ ଓଡିଆ

ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହୋତ୍ସଭ ଉଦଯାପିତ

ଆଓରି-ନୂଆଦିଲ୍ଲୀ(୧୪/୧୨) : ଅନ୍ତରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ମହୋତ୍ସବର ଅନ୍ତିମ ଦିବସରେ ଆଜି ମଙ୍ଗଳ ଆରତୀ, ନଗର ସଙ୍କୀର୍ତ୍ତନ, ଶ୍ରୀ ଜଗନ୍ନାଥ ଭକ୍ତି ସରିତା, ସ୍କନ୍ଦ ପୁରାଣ ପାଠ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଜିର ଆଲୋଚନା ଚକ୍ରରେ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ମାନଙ୍କ ବିଷୟରେ ଚର୍ଚା କରଯାଇଥିଲା । ଏଥିରେ କିସ୍ ଇଉନିଭର୍ସିଟିର ଉପକୂଳପତି ପ୍ରଫେସର ଡ଼ଃ ହରେକୃଷ୍ଣ ଶତପଥି ଏବଂ ଶ୍ରୀ ଲାଲବାହାଦୁର ଶାସ୍ତ୍ରୀ ସଂସ୍କୃତ ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଭାଗୀରଥୀ ନନ୍ଦ ନିଜର ବକ୍ତବ୍ୟ ପ୍ରସ୍ତୁତ କରିଥିଲେ ।

ଦିଲ୍ଲୀର ଛତରପୁର ବିଧାନସଭା କ୍ଷେତ୍ରର ବିଧାୟକ ଶ୍ରୀ କରଣ ସିଂହ ତନବର ବିଶେଷ ଅତିଥି ଭାବରେ ଯୋଗଦାନ କରିଥିଲେ । ଚିନ୍ମୟ ମିଶନ, ରାଞ୍ଚିର ଆଚାର୍ଯ୍ୟ ପୂଜ୍ୟ ସ୍ଵାମୀ ମାଧବାନନ୍ଦ ସରସ୍ଵତୀ ମହାରାଜଙ୍କର ପ୍ରବଚନ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାର ଆୟୋଜିତ କରାଯିବା ସହିତ ବିଜେତା ମାନଙ୍କୁ ପୁରସ୍କୃତ ମଧ୍ୟ କରଯାଇଥିଲା। ଆଜି ପଞ୍ଚରାତ୍ର ପୂଜାର ଅନ୍ତିମ ଦିବସ ଥିଲା । ସେଥିପାଇଁ ସୂର୍ଯ୍ୟାସ୍ତ ପୂର୍ବରୁ ପୂର୍ଣାହୁତି ମଧ୍ୟ କରାଯାଇଥିଲା ।

ଦୀର୍ଘ ୬ଦିନର ଏହି ଉତ୍ସବକୁ କଳିଙ୍ଗ ଭାରତୀ ଫାଉଣ୍ଡେସନ, ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ (ଓଡିଶା) ତଥା ଡ଼ଃ ଦାସ ଫାଉଣ୍ଡେସନ ତରଫରୁ ଆୟୋଜନ କରଯାଇଥିଲା । ଉତ୍ସବର ସଭାପତି ଶ୍ରୀ ଗୋପିନାଥ ମହାନ୍ତି , ସହ ସଭାପତି ଶ୍ରୀ ଅକ୍ଷୟ ସାମଲ, ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ନୀରଜ ସାହୁ, ଅନ୍ତରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ସଞ୍ଜୟ ଦାସ, ମିଡିଆ ପ୍ରମୁଖ ଶ୍ରୀ କିଶୋର ଦ୍ଵିବେଦୀ, ଶ୍ରୀ ସୁଧାଂଶୁ ପାଢୀ ଓ ସୀତାକାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ  ପରିଚାଳିତ ହୋଇଥିଲା । ଉତ୍ସବର ସଫଳତା ପାଇଁ ଶ୍ରୀ ମଳୟ ପ୍ରଧାନ, ଶ୍ରୀ ଅକ୍ଷୟ ଲେଙ୍କା, ଶ୍ରୀ ନିଖିଳ ଅଗ୍ରୱାଲ, ଶ୍ରୀ ପବନ ଜୈନ, ଶ୍ରୀ ସୁଜିତ ନନ୍ଦ, ସୁଶ୍ରୀ ସୁପ୍ରିୟା ଦାସ, ଶ୍ରୀ ବିଜୟ ମିଶ୍ର, ଶ୍ରୀ ନିରଞ୍ଜନ ତ୍ରିପାଠୀ, ଶ୍ରୀମତୀ ରଶ୍ମି ସାମଲ ତଥା ପ୍ରମୁଖ ଆଇନଜୀବୀ ଶ୍ରୀ ଏସ କେ ପତ୍ରୀ ସହଯୋଗ କରିଥିଲେ । ସମାପନ ସମାରୋହରେ ଭାରତ ସରକାରଙ୍କର ଯୁଗ୍ମ ସଚିବ ଶ୍ରୀ ସଂଜୀବ ପାଟଯୋଶୀ ତଥା ଆୟକର ବିଭାଗର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ଏନ ମିଶ୍ର ଯୋଗଦାନ କରିଥିଲେ ।

ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ନୃତାଙ୍କନା କବିତା ମହାନ୍ତି ପ୍ରସ୍ତୁତ କରିଥିଲେ। ସନ୍ଧ୍ୟା ଆଳତି, ଜଗନ୍ନାଥ ପ୍ରଭୁଙ୍କର ଭଜନ ଗାନ ସହିତ ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା । କଳିଙ୍ଗ ଭାରତୀୟ ଫାଉଣ୍ଡେସନ ସଭାପତି ଶ୍ରୀ ଅକ୍ଷୟ ସାମଲ ଶ୍ରୀ ଜଗନ୍ନାଥ ପରିଷଦ ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button