ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
1 min read
ଆଓରି-ନୂଆଦିଲ୍ଲୀ (୨୪/୦୬) : ଓଡ଼ିଶାରେ ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ। କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଆସନ୍ତା କାଲି ଅପରାହ୍ନ ୪ଟାରେ ଏହା ପ୍ରକାଶ ପାଇବ । ରେଜଲ୍ଟ ସଂଧ୍ୟା ୬ଟା ପରେ ଓ୍ବେବସାଇଟ (bseodisha.ac.in ଓ bseodisha.nic.in ) ରେ ଉବଲବ୍ଧ ହେବ । ଇଣ୍ଟରନେଟ ସୁବିଧା ନଥିଲେ ଏସଏମଏସ କରି ବି ରେଜଲ୍ଟ ଜାଣିହେବ । ଏଥିପାଇଁ ମୋବାଇଲରେ OR01<ରୋଲ ନଂ> ଟାଇପ କରି ୫୬୭୬୭୫୦ କୁ ଏସଏମଏସ ପଠାଇଲେ ରେଜଲ୍ଟ ମିଳିପାରିବ । କୋଭିଡ-୧୯ର ଦ୍ୱିତୀୟ ଲହର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ମାର୍ଟିକ ପରୀକ୍ଷା ବାତିଲ କରିଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶ୍ରେଣୀ ପରୀକ୍ଷାରେ ମିଳିଥିବା ନମ୍ବର ଏବଂ ସେମାନଙ୍କ ମେଧାସ୍ତରକୁ ଭିତ୍ତିକରି ନମ୍ବର ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ।