ବିଜେଡି ଛାଡିଲେ ମୋରଡା ବିଧାୟକ ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
1 min read
ଆଓରି-ଭୁବନେଶ୍ଵର(୦୧/୦୪) : ମୋରଡା ବିଧାୟକ ତଥା ବିଜେଡି ନେତା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଜେଡି ଛାଡିଛନ୍ତି। ପ୍ରବୀଣ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ମୟୁରଭଞ୍ଜ ଜିଲା ବିଜେଡି ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପ୍ରବୀଣ ନିଜର ଇସ୍ତଫା ପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ୨୦୦୯ ମସିହାରୁ ନିର୍ବାଚିତ ହୋଇ ଆସୁଛନ୍ତି। କେଉଁ କାରଣ ଯୋଗୁଁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ତାହା ପ୍ରବୀଣ ଜଣାଇନାହାନ୍ତି।