ବିଧାୟିକା ଭାବେ ଶପଥ ନେଲେ ରିତା ସାହୁ
1 min readଆଓରି-ଭୁବନେଶ୍ଵର(୧୩/୧୧) : ବିଜେପୁର ବିଧାୟିକା ଭାବେ ଶପଥ ନେଲେ ରିତା ସାହୁ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିପୁଳ ଭୋଟରେ ବିଜୟ ଲାଭ କରିଥିଲେ ରିତା ।
ତାଙ୍କୁ ବିଧାନସଭାକୁ ସ୍ୱାଗତ କରିବା ସହ ଆଜିଠାରୁ ବିଧିବଧ ଭାବରେ ବିଧାୟିକା ବୋଲି କହିଛନ୍ତି ବାଚସ୍ପତି । ଶପଥ ପରେ ରିତା ସାହୁ କହିଛନ୍ତି, ନିଜ ଅଞ୍ଚଳର ସମସ୍ୟା ବିଧାନସଭାରେ ଉପସ୍ଥାପନା କରିବି । ଏଥିସହିତ ସେ ମ୍ୟଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।