April 20, 2024

ବିଜେପିରେ ସାମିଲ ହେଲେ ମୋରଡା ବିଜେଡ଼ି ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ

1 min read

ଆଓରି-ଭୁବନେଶ୍ଵର(୦୨/୦୪) : ବିଜେପିରେ ସାମିଲ ହେଲେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ । ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଆଜି କଳାହାଣ୍ଡିରେ ଆୟୋଜିତ ମୋଦିଙ୍କ ସମାବେଶରେ ସେ ଉପସ୍ଥିତ ଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ସେ ପଦ୍ମ ଧରିଛନ୍ତି । ସେହିପରି କଳାହାଣ୍ଡିର ପୂବର୍ତନ ସାଂସଦ ସୁବାସ ନାୟକ ବି ବିଜେପିରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗୀରାମ ବେହେରା ଓ ଶରତ ନାୟକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି  ଦଳରୁ କୌଣସି ଟିକେଟ୍‌ ନ ମିଳିବା ପରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ଓ ମୟୁରଭଞ୍ଜର ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇ ଦଳ ଛାଡ଼ିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.