ବିଜେପିର ମିଶ୍ରଣ ପର୍ବରେ ଯୋଗଦେଲେ ଶତାଧିକ ବିଜେଡି କର୍ମୀ
1 min read
ଆଓରି-ଭୁବନେଶ୍ଵର(୦୧/୦୪) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ମହାଭାରତ ପଡିଆଠାରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ କରାଯାଇଛି । ଏଥିରେ ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡା, ଧର୍ମଗଡରୁ ଲଢୁଥିବା ପ୍ରାର୍ଥତ୍ ଅନନ୍ତ ପ୍ରତାପ ଦେଓଙ୍କ ଗହଣରେ ଶତାଧିକ କର୍ମୀମାନଙ୍କୁ ନେଇ ଜନାର୍ଦ୍ଦନ ପଣ୍ଡା ଭାଜପାରେ ଯୋଗଦେଇଛନ୍ତି । ଜନାର୍ଦ୍ଦନଙ୍କ ଯୋଗଦାନ ଭାଜପା ଏକ ମଜଭୁତ ସ୍ଥିତିରେ ପହଞ୍ଚିଛି ଓ ୧୨୦ + ମିଶନ ଲକ୍ଷ୍ୟ ପୂରଣ ହେବାରେ ଏକ ପ୍ରମୁଖ ଭୂମିକା ହେବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଥିଲେ ।
ଏହି ମିଶ୍ରଣ ପର୍ବରେ କୋକସରା ବ୍ଲକ ସଭାପତି ପ୍ରମୋଦ ପଣ୍ଡା, ଆମପାଣି ଜୋନ ସଭାପତି ଘନଶ୍ୟାମ ନାଏକ, ଜିଲା କୃଷକ ମୋର୍ଚ୍ଚା ସଭାପତି ସୁଧିର ରନ ପାଟ୍ଟଯୋଷୀ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ତିଳୋତ୍ତମା ନାଏକ, ଜିଲା ମହିଳା ସଭାନେତ୍ରୀ କୁନ୍ତୀ ପାଲ, ଆମପାଣି ଜୋନ ଜିଲା ପରିଷଦ ସଭ୍ୟା ହେମାଙ୍ଗିନୀ ହଂସ, ମୋଟେର ଜୋନ ଜିଲା ପରିଷଦ ସଭ୍ୟ ଅମୋଜ କୁମାର ପଣ୍ଡା, କୋକସରା ବ୍ଲକ ପୂର୍ବତନ ଅଧ୍ୟକ୍ଷ କିଶୋର ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ।