ରାଜନୀତି

ବିଜେଡ଼ିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଆଓରି-ଭୁବନେଶ୍ଵର(୩୧/୦୩) : ଜଣଙ୍କ ପରେ ଜଣେ ଟାଣୁଆ ନେତା ବିଜେଡିରୁ ଇସ୍ତଫା ଦେଉଛନ୍ତି । ସେହି କ୍ରମରେ ଶନିବାର ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ରବିବାର ବିଜେଡି ଛାଡିଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ରଘୁନାଥ ମହାନ୍ତି ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ରଘୁନାଥ ମହାନ୍ତି ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି । କିନ୍ତୁ ବିଜେଡ଼ିର ଟିକେଟ ବଣ୍ଟନରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଅନୁମାନ କରାଯାଉଛି । ତେବେ ରଘୁନାଥ ମହାନ୍ତି ବିଜେଡି ଛାଡିଲା ପରେ କେଉଁ ଦଳରେ ମିଶିବେ ତାକୁ ନେଇ ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button