May 19, 2024

ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଟିକେଟ ଦଉଛନ୍ତି ନବୀନ ପଟ୍ଟନାୟକ ; ପ୍ରତାପ ଷଡଙ୍ଗୀ

1 min read
Pratap-Sarangi-Ajira-Odisha

ଆଓରି-ଭୁବନେଶ୍ଵର(୦୩/୦୪) : ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଟିକଟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିଜେପି ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଚିଟଫଣ୍ଡ ଅଭିଯୁକ୍ତଙ୍କୁ କିପରି ଟିକଟ ଦିଆଯାଇଛି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେ କହିଛନ୍ତି ଯେ ବିଜେଡି ମାନେ ଚିଟଫଣ୍ଡ ଓ ଚିଟଫଣ୍ଡମାନେ ବିଜେଡିକୁ ବୁଝାଏ । ବିଜେଡି ହେଉଛି ଏକ ଜାଲିଆତି ଦଳ । ଜଣେ ଚିଟଫଣ୍ଡ ଅଭିଯୁକ୍ତକୁ ଧରିପାରୁ ନାହିଁ । ଏହି ଦୁର୍ନୀତିରେ ବିଜେଡି ସାଂସଦ, ବିଧାୟକଙ୍କ ସହ ଆଡଭୋକେଟ୍ ଜେନେରାଲଙ୍କର  ମଧ୍ୟ ସମ୍ପୃକ୍ତି ରହିଛି । ବିଜେଡିର ଚଟୁ ଆଇଁଷ ଏବଂ ବେଂଟ ନିରାମିଷ ବୋଲି ସେ କଟାକ୍ଷ କରିଛନ୍ତି ।

ସୂଚନାଯୋଗ୍ୟ, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଚିଟଫଣ୍ଡ ଜେରାର ସମ୍ମୁଖୀନ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ଟିକଟ ମିଳିଛି, ଯାହାକି ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଟିକଟ ଦେଇ ସେ ପ୍ରମାଣ କରିଛନ୍ତି ଯେ, ନବୀନ ହେଉଛନ୍ତି ଚୋରଙ୍କ ସାଥୀ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.