ରାଜନୀତି

ବିଜେପିରେ ଯୋଗ ଦେଲେ କାକଟପୁର ପୂର୍ବତନ ବିଜେଡ଼ି ବିଧାୟକ ରବି ମଲ୍ଲିକ

ଆଓରି-ଭୁବନେଶ୍ଵର(୦୫/୦୪) :କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ଆଜି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରବି ।

ସେ ବିଜେଡି ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ବିଜେଡି ଛାଡ଼ିବା ସହିତ ରବି ମଲ୍ଲିକ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି ।

ଦଳ ଛାଡ଼ିବା ପରେ ରବି ମଲ୍ଲିକ କହିଛନ୍ତି, “ମୋ ପ୍ରତି ବହୁତ ଅବିଚାର ହୋଇଛି । ୨୦୧୪ରେ ଅବିଚାର କରାଯାଇଥିଲା ଓ ଏଥର ବି କରାଯାଇଛି। ଦଳରେ ମୋର ଆବଶ୍ୟକତା ନ ଥିବା ମୁଁ ଅନୁଭବ କରୁଛି । ଦଳ ପାଇଁ ସବୁ କାମ କରିବା ସତ୍ତ୍ୱେ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। କୌଣସି କଥା ପଚରାଯାଉନି । କିନ୍ତୁ କାଲି ଆସି ଦଳରେ ମିଶିଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯାଉଛି । ତେଣୁ କଷ୍ଟ ହେଉଛି । ସେଥିପାଇଁ ଇସ୍ତଫା ଦେଇ ଦେଲି ।”

Related Articles

Leave a Reply

Your email address will not be published. Required fields are marked *

Back to top button