April 19, 2024

ଗଂଜାମ ଜିଲ୍ଲାରେ ବିଜେପିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

1 min read
BJP-Aajira-Odisha

ଆଓରି-ଭୁବନେଶ୍ଵର(୧୦/୧୨) : ବିଜେପିର ଜନ ସମ୍ପର୍କ ପଦଯାତ୍ରା । ଭାରତୀୟ ଜନତା ପାର୍ଟି ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚରଣ ପଟ୍ଟନାୟକ ଅଧ୍ୟକ୍ଷତାରେ ଗଂଜାମ ଜିଲ୍ଲା ପୋଲସରା ବ୍ଳକର ପାଣ୍ତିରପଡା ଓ ଗୋଛାବାଡି ଦୁଇ ଗୋଟି ପଞ୍ଚାୟତରେ ଜନପରାମର୍ଶ ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବିଜେପିକର୍ମୀମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ମା ସିଂହାସନୀ ପିଠରୁ ବାହାରି ପାତଳାସିଙ୍ଗ, ପାଣ୍ତିରିପଡା, ଗୋଛାବାଡି, ଲୁଣିଆପଡା, ଯୋକବନ୍ଧରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ପୋଲସରା ବିଜେଡି ବିଧାୟକଙ୍କର ଦୁର୍ନୀତି ଭ୍ରଷ୍ଟାଚାର ଓ ମନମୁଖୀ ଶାସନ ବିରୋଧରେ ମଧ୍ୟ ଲୋକଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.