ରାଜନୀତି

ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଦାବି କରିଛନ୍ତି ବିଜେପି ନେତା ଅବାସୀ ନକଭୀ

ଆଓରି-ନୂଆଦିଲ୍ଲୀ(୮/୧୨) : ଗତକାଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମୁଖତାର ଅବାସୀ ନକଭୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଉପରେ ମତଦାତାଙ୍କୁ ପେଡ୍‌ ନ୍ୟୁଜ ମାଧ୍ୟମରେ ପ୍ରଭାବିତ କରିବା ନେଇ ଅଭିଯୋଗ କରିଛନ୍ତି ନକଭୀ । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ନିକଟରେ ହାଇଦ୍ରାବାଦର ଏକ ଆଂଚଳିକ ଖବରକାଗଜକୁ ସାକ୍ଷାତକାର ଦେଇଥିଲେ । ଏହା ପରେ ରାହୁଲଙ୍କ ବିରୋଧରେ ପେଡ୍‌ ନ୍ୟୁଜ ଅଭିଯୋଗ ହୋଇଥିଲା।

ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଏକ ସାକ୍ଷାତକାରକୁ ହାଇଦ୍ରାବାଦର ଏକ ଖବରକାଗଜରେ ପେଡ୍‌ ନ୍ୟୁଜ ଭଳି ପ୍ରକାଶ କରାଯାଇଥିଲା । ରାହୁଲ ନିଜର ସାକ୍ଷାତକାରରେ ଏକ ସର୍ବେକ୍ଷଣର ଉଦାହରଣ ଦେଇ ଦାବି କରିଥିଲେ ଯେ, କଂଗ୍ରେସ ୫ଟି ରାଜ୍ୟର ନିର୍ବାଚନରେ ଜିତିବ। ନିୟମ ଅନୁସାରେ ମତଦାନର ୪୮ଘଣ୍ଟା ପୂର୍ବରୁ କୌଣସି ପ୍ରଚାର ଅଥବା ସାକ୍ଷାତକାର ଦିଆଯାଇ ନଥାଏ । କିନ୍ତୁ ରାହୁଲ ଏହି ନିୟମର ଉଲଂଘନ କରିଛନ୍ତି ବୋଲି ଅଭିଯୋଗ ଆଣିବା ସହିତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଛନ୍ତି ଶ୍ରୀ ନକଭୀ।

Related Articles

Leave a Reply

Your email address will not be published. Required fields are marked *

Back to top button