April 26, 2024

ବିଜେପିର ସଂସଦୀୟ ଦଳ ବୈଠକ, ନଜର ଆସିଲେନି ଆଡଭାନୀ ଓ ଜୋଶୀ

1 min read

ଆଓରି-ନୂଆଦିଲ୍ଲୀ(୦୨/୦୭): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର ସଂସଦୀୟ ଦଳ ବୈଠକ ସଂସଦର ପୁସ୍ତକ ଭବନରେ ଆୟୋଜିତ ହୋଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରକ୍ଷାମନ୍ତ୍ରୀ ରାଜନାଥ ସିହଙ୍କ ସହିତ ବିଜେପିର ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ରହିଛନ୍ତି । ଏହି ବୈଠକରେ ପ୍ରଥମଥର ପାଇଁ ଦେଖାଦେଲେନି ବିଜେପିର ମାଇଲ୍ ଖୁଣ୍ଟ କୁହାଯାଉଥିବା ତଥା ବରିଷ୍ଠ ନେତା ଏଲ.କେ ଆଡଭାନି ଏବଂ ମୁରଲି ମନୋହର ଜୋଶୀ ।

ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅରୁଣ ଜେଟଲି ମଧ୍ୟ ଏହି ବୈଠକରେ ସାମିଲ୍ ହୋଇନାହାଁନ୍ତି । ତେବେ ଏହାର କାରଣ ହେଉଛି ଏହି ନେତା ମାନେ ସଂସଦର କୌଣସି ଗୃୃହର ସଦସ୍ୟତା ପଦରେ ନାହାଁନ୍ତି ।

ଏହି ଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ଉଭୟ ଗୃହର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବିଜେପିର କୌଣସି ସଦସ୍ୟଙ୍କ ମତ ଆସି ପାରିନାହିଁ । ତେବେ ଏହି ବୈଠକ ଜୁନରେ ହେବାକଥା କିନ୍ତୁ ରାଜସ୍ଥାନର ବିଜେପି ଅଧ୍ୟକ୍ଷ ଏବଂ ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ପରଲୋକ ଯୋଗୁ ଏହା ସ୍ଥଗିତ ରହିଥିଲା ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.