March 30, 2023

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

1 min read

ଆଓରି-ନୂଆଦିଲ୍ଲୀ(୦୩/୦୭) : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। ସେ ଆଉ କଂଗ୍ରେସ ଅଧ୍ୟକ୍ଷ ନାହାନ୍ତି, ଡେରି ନକରି ଦଳ ଖୁବଶୀଘ୍ର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରୁ ବୋଲି ରାହୁଲ ଗାନ୍ଧୀ ବୁଧବାର କହିଛନ୍ତି।
ସଂସଦ ବାହାରେ ଗଣମାଧ୍ୟକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ମୁଁ ବହୁ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛି। କଂଗ୍ରେସ ଆଉ ବିଳମ୍ବ ନକରି ନୂତନ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରୁ। ଏବେ ମୁଁ ଦଳର ଅଧ୍ୟକ୍ଷ ନାହିଁ। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ କରି ନୂଆ ଅଧ୍ୟକ୍ଷ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ। କଂଗ୍ରେସ ଶାସିତ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋମବାର ରାହୁଲ ଗାନ୍ଧୀଙ୍କୁ ଭେଟି ନିଷ୍ପତ୍ତି ବଦଳାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେ କାହାକଥା ଶୁଣିନାହାନ୍ତି। ସେ ନିଜ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି।

ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ୨୦୧୭ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମେ’ ୨୩ରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ ରାହୁଲ ନିଜ ଇସ୍ତଫା କଥା ଉଠାଇଥିଲେ। ହେଲେ ଦଳ ତାଙ୍କ ଇସ୍ତଫାକୁ ସ୍ୱୀକାର କରିନଥିଲା। ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ଇସ୍ତଫାକୁ ବିରୋଧ କରିଥିଲେ। ହେଲେ ରାହୁଲ ଗାନ୍ଧୀ ନିଜ ଜିଦରୁ ଓହରିନଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.