March 22, 2023

ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ; ବିଜେପିରେ ସାମିଲ ହେବେ ପେଦ୍ଦୀ ରେଡ୍ଡୀ

1 min read

ଆଓରି-ନୂଆଦିଲ୍ଲୀ(୨୭/୦୬) : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ପେଦ୍ଦୀ ରେଡ୍ଡୀ ଦଳରୁ ଇସ୍ତଫା ଦେଇ ଭାଜପାରେ ସାମିଲ ହେବାକୁ ଯାଉଛନ୍ତି। ପୂର୍ବରୁ ଲଙ୍କା ଦିନାକର, ଭେଙ୍କଟ କୃଷ୍ଣନ, ରାଜ୍ୟସଭା ସଦସ୍ୟ ସିଏମ ରମେଶ, ଟିଜି ଭେଣ୍ଟେକଶ, ଜି ମୋହନ ରାଓ ଏବଂ ଓ୍ବାଇଏସ ଚୌଧୁରୀ ପ୍ରମୁଖ ଭାଜପାରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଗତ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଟିଡିପି ଶୋଚନୀୟ ପରାଜୟବରଣ କରିଥିଲା। ରାଜ୍ୟରେ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଜବରଦସ୍ତ ସଫଳତା ମିଳିଥିଲା। ବିଧାନସଭାର ୧୭୫ଟି ଆସନରୁ ୧୫୨ଟି ସିଟ ଏବଂ ଲୋକ ସଭାର ୨୬ଟି ଅସନରୁ ୨୨ଟିରେ ଓ୍ବାଇଏସଆର ଜିତିଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.