May 19, 2024

୧୪.୭୮କୋଟି ସଦସ୍ୟ ସହିତ ବିଜେପି ହେଲା ବିଶ୍ଵର ସବୁଠାରୁ ବଡ ଦଳ

1 min read
BJP

ଆଓରି-ନୂଆଦିଲ୍ଲୀ(୨୧/୦୮) : ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ ସଫଳତାର ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଜୁଲାଇ ୬ରୁ ଆରମ୍ଭ ହୋଇଥିବା ଏହି ସଦସ୍ୟତା ଅଭିଯାନରେ ଅଦ୍ୟାବଧି ପ୍ରାୟ ୩କୋଟି ନୂତନ ସଦସ୍ୟ ମାମିଲ ହୋଇସାରିଛନ୍ତି । ବିଶ୍ୱର ସବୁଠାରୁ ବଡ ଦଳ ବିଜେପିର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୧୪.୭୮କୋଟି ପାର କରିଛି ।

ଦେଢ ମାସ ଧରି ଚାଲିଥିବା ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ଉତ୍ତର ପ୍ରଦେଶରୁ ପ୍ରାୟ ୫୫ ଲକ୍ଷ ଏବଂ ଦିଲ୍ଲୀରୁ ୧୫ ଲକ୍ଷ ଜଣ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ ସରିଥିବା ଲୋକସଭା ନିର୍ବାଚନ ପରେ ବିଜେପି ନିଜର ସଦସ୍ୟ ସଂଖ୍ୟା ଦ୍ୱିଗୁଣ କରିବା ଲକ୍ଷ୍ୟରେ ଏହି ସଦସ୍ୟତା ଅଭିଯାନ ଆରମ୍ଭ କରିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ଅଭିଯାନରେ ବିଜେପି ପ୍ରାୟ ୪କୋଟି ନୂଆ ସଦସ୍ୟଙ୍କୁ ଦଳରେ ସାମିଲ କରିବାର ଲକ୍ଷ୍ୟ ହାସଲ କରିପାରେ । ପୂର୍ବରୁ ବିଜେପି ଦୁଇ କୋଟି ନୂତନ ସଦସ୍ୟଙ୍କୁ ଦଳରେ ସାମିଲ କରିବାକୁ ଲକ୍ଷ୍ୟ ରଖିଥିଲା ।

ବିଜେପି ଆରମ୍ଭ କରିଥିବା ସଦସ୍ୟତା ଅଭିଯାନରେ ୩,୭୮,୬୭,୭୫୩କୋଟି ନୂଆ ସଦସ୍ୟ ସାମିଲ ହୋଇଛନ୍ତି । ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ସୁଧା ବିଜେପିର ସଦସ୍ୟ ସଂଖ୍ୟା ୧୪,୭୮,୬୭,୭୫୩କୋଟିରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.