କୃଷି କ୍ଷେତ୍ରରେ ସୌରଶକ୍ତି ପାଇଁ ୨୦,୦୦୦ କୋଟି
1 min read
ଆଓରି-ନୂଆଦିଲ୍ଲୀ(୧୯/୦୬) :କେନ୍ଦ୍ର ସରକାର ଦେଶର କୃଷି କ୍ଷେତ୍ରରେ ସୌର ଶକ୍ତି ଉପଯୋଗ କରିବାକୁ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରକୁ ଚବିଶ ଘଣ୍ଟିଆ ଏବଂ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତ ଯୋଗାଣ ସମ୍ଭବ ହୋଇପାରିବ ବୋଲି କେନ୍ଦ୍ର ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର କେ ସିଂ କହିଛନ୍ତି । ଏଥିରେ କୃଷିକ୍ଷେତ୍ର ବିଦ୍ୟୁତ ଫିଡରଗୁଡିକୁ ସୌରଶକ୍ତି ଚାଳିତ କରାଯିବ । ଏ ବାବଦ ଖର୍ଚ୍ଚ ରାଜ୍ୟଗୁଡିକ ସେମାନଙ୍କ କୃଷି ସବ୍ସିଡିରୁ ଯୋଗାଇ ଦେଇପାରନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ସମୁଦାୟ କୃଷିକ୍ଷେତ୍ରକୁ ସୌରଶକ୍ତି ଚାଳିତ କରିବା ପାଇଁ ୧୧୦ ଜିଗାୱାଟ ଉତ୍ପାଦନ କ୍ଷମତା ସ୍ଥାପନ କରିବାକୁ ହେବ ।