ଆଜିର ଓଡିଶା ୱେବସାଇଟ ଲଞ୍ଚ କଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ
1 min read
dharmendra Pradhan
ଆଓରି-ନୂଆଦିଲ୍ଲୀ(୪.୬)- ଆଜିର ଓଡିଶା ନାମକ ଏକ ଓଡିଆ ନ୍ୟୁଜ ପୋର୍ଟାଲ www.aajiraodisha.org ସମ୍ମାନୀୟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସମ୍ବାଦିକତା ପୁରସ୍କାର ୨୦୧୮ଅବସରରେ ଗତ ଜୁନ ୩ ତାରିଖରେ କଂଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ, ଦିଲ୍ଲୀ ଠାରେ ଲଞ୍ଚ କରିଛନ୍ତି। ଏହି କାର୍ଯ୍ୟକର୍ମରେ ଶ୍ରୀ ପ୍ରଧାନଙ୍କ ସହିତ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଶଶୀଶେଖର ଭେମପତି, ଆଇସିସିଆର ମହାନିର୍ଦେଶକ ତଥା ପୂର୍ବତ୍ତନ ଅର୍ଜେଣ୍ଟିନାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମରେନ୍ଦ୍ର ଖଟୁଆ, UNI ନ୍ୟୁଜର ମୁଖ୍ୟ ସମ୍ପାଦକ ଶ୍ରୀ ଅଶୋକ ଉପାଧ୍ୟାୟ ଅତିଥି ଭାବେ ଯୋଗ ଦେଇ ଓଡିଶାର ବହୁ ବିଶିଷ୍ଟ ଓଡିଆ ସମାଦିକମାନଙ୍କୁ ସମ୍ମାନିତ କରିଥିଲେ |

ଓଡିଶା ବାହାରେ ରହୁଥିବା ଓଡିଆମାନେ ସେମାନଙ୍କର କଳା, ସ୍ଥାପତ୍ୟ, ଶିଳ୍ପ, ସଂସୃତି, ଖାଦ୍ୟ, କପଡା ଇତ୍ୟାଦି ପ୍ରତି ଦୁର୍ବଳତା ରହିଥାଏ | ଏହି ଭଳି ସମୟରେ ଓଡିଶାର ସମସ୍ତ ଜିନିଷ ଓ ନିରପେକ୍ଷ ନ୍ୟୁଜ ମିଳିପାରୁଥିବାର ଏକ ସଠିକ ମଞ୍ଚର ଆବଶ୍ୟକ ଅଛି| ଏହି ଚିନ୍ତାଧାରାକୁ ନେଇ ସୁନ୍ଦର ଓଡିଶା ଓ କନେକ୍ଟ ଓଡିଶାର ସଂସ୍ଥାପକ ଶ୍ରୀ ସଂଗ୍ରାମ ଧର ଏବଂ ତାଙ୍କ ମୁଖ୍ୟ ଟିମ୍ ର ରମେଶ ଲେଙ୍କା, ଦେବରାଜ ମହାନ୍ତି, ଜିତେନ୍ଦ୍ର ତ୍ରିପାଠୀ & ତନ୍ମୟ ଦାଶଙ୍କ ସହାୟତାରେ www.connectodisha.net ୱେବସାଇଟର ଆରମ୍ଭ, ଯାହା ଦ୍ଵାରା ଓଡିଶା ବାହାରେ ଥିବା ଓଡିଆମାନଙ୍କର ଆବଶ୍ୟକତା ପୂରଣ ହୋଇପାରିବ|
ଏହି ୱେବସାଇଟର ଲଞ୍ଚ ସମୟରେ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡିଶାରୁ ଏତେ ଦୁରରେ ରହି ଓଡିଆ ଯୁବକମାନଙ୍କର ଓଡିଶା ପ୍ରତି ଏହି ଭଳି ଭଲପାଇବା ବହୁତ ଭଲ କଥା ଏବଂ ଜଣେ ଓଡିଆ ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି |