ପ୍ରବାସୀ ଓଡିଆବିଶେଷ

ହିନ୍ଦୀ ଓ ଇଂଗ୍ରାଜି ଭାଷାଭିତ୍ତିକ ନିୟୁଜ ୱେବସାଇଟ www.swadeshvichar.org ଲଞ୍ଚ କଲେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୪/୬)-ସଠିକ, ତଥ୍ୟଭିତ୍ତିକ ଓ ତୁରନ୍ତ ଖବର ପାଇବା ପାଇଁ ବ୍ରାଉଜ୍ କରନ୍ତୁ www.swadeshvichar.org; ନୂଆ ଇଣ୍ଟରନେଟ ନ୍ୟୁଜ ପୋର୍ଟାଲ |ଏହି ଅଭିନବ ୱେବସାଇଟ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସମ୍ବାଦିକତା ପୁରସ୍କାର ୨୦୧୮ଅବସରରେ ଗତ ଜୁନ ୩ ତାରିଖରେ କଂଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ, ଦିଲ୍ଲୀ ଠାରେ ଲଞ୍ଚ କରିଥିଲେ | ଏହି କାର୍ଯ୍ୟକର୍ମରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଶଶୀଶେଖର ଭେମପତି, ଆଇସିସିଆର ମହାନିର୍ଦେଶକ ତଥା ପୂର୍ବତ୍ତନ ଅର୍ଜେଣ୍ଟିନାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତ ଶ୍ରୀ ଅମରେନ୍ଦ୍ର ଖଟୁଆ, UNI ନ୍ୟୁଜର ମୁଖ୍ୟ ସମ୍ପାଦକ ଶ୍ରୀ ଅଶୋକ ଉପାଧ୍ୟାୟ ଅତିଥି ଭାବେ ଯୋଗ ଦେଇଥିଲେ | ସମସ୍ତ ଅତିଥି ସ୍ବଚ୍ଛ, ନିର୍ଭୁଲ ଓ ତଥ୍ୟମୂଳକ ଖବର ଏହି ଭଳି ଇଣ୍ଟରନେଟ ପୋର୍ଟାଲ ପୋଷ୍ଟ ହେଉ ବୋଲି ଆଶାପୋଷଣ କରିଛନ୍ତି |

ଏହି ଉଦ୍ୟମର ପ୍ରମୁଖ ବ୍ୟକ୍ତିତ୍ବ ଶ୍ରୀ ସଂଗ୍ରାମ ଧର କହିଥିଲେ ଯେ ଆମ ମାନଙ୍କର ମୌଳିକ ଚିନ୍ତାଧାରା ଜଣେ ସ୍ବାଭିମାନୀ ଭାରତୀୟ ଭଳି ହେବ ଉଚିତ ଯାହାକି ବସୁଦୈବ କୁଟୁମ୍ବକମ ଭାବଧାରା ଅଟେ | ଶ୍ରୀ ଧର ସ୍ଵଦେଶ ବିଚାର ଟିମ୍ ର ରମେଶ ଲେଙ୍କା, ଜିତେନ୍ଦ୍ର ତ୍ରିପାଠୀ, ଦେବରାଜ ମହାନ୍ତି ଓ ରଶ୍ମି ରଞ୍ଜନ ପରିଡାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

 

Related Articles

Leave a Reply

Your email address will not be published. Required fields are marked *

Back to top button