ଜିଲ୍ଲା

ବିଶ୍ୱ ରକ୍ତଦାତା ଦିବସ ଲାଗି ଜିଲାସ୍ତରୀୟ ପ୍ରସ୍ତୁତି

ଆ.ଓ.ରି(ତା୨|୬)-ବାଲେଶ୍ୱର ଜିଲା ରକ୍ତଦାତା ସଂଘ ତରଫରୁ ୧୫ତମ ବିଶ୍ୱ ରକ୍ତଦାତା ଦିବସ ଓ ଜିଲା ସଂଘର ବାର୍ଷିକ ଉତ୍ସବ ଆସନ୍ତା ୧୪ ତାରିଖରେ ମହାସମାରୋହରେ ପାଳନ ପାଇଁ ଶୁକ୍ରବାର ସ୍ଥାନୀୟ ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ ଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି କମଲ ଚକ୍ରବର୍ତ୍ତୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ ଇଂ. ହୃଷିକେଶ ସାହୁ ଉତ୍ସବ ପାଳନ ସମ୍ପର୍କରେ ପ୍ରସ୍ତୁତି ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ।
ଆସନ୍ତା ୧୪ ତାରିଖରେ ଜିଲା ରକ୍ତଭଣ୍ଡାର ପରିସରରେ ରକ୍ତଦାନ କରାଯିବ। ୧୦ଟାରେ ହସ୍‌ପିଟାଲ୍‌ ରୋଡ଼୍‌ସ୍ଥିତ ‘ଆତିଥ୍ୟ’ ଭବନରେ ଉତ୍ସବର ସାଧାରଣ ସଭା ଅନୁଷ୍ଠିତ ହେବ। ସଭାରେ ଅତିଥି ଓ ବକ୍ତାଭାବେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ସମ୍ମତି ପ୍ରଦାନ କରିଥିବା ସାହୁ ଜଣାଇଥିଲେ। ଜିଲାରେ ସର୍ବାଧିକ ରକ୍ତଦାନ କରିଥିବା ବ୍ୟକ୍ତି ଓ ରକ୍ତଦାନ ଶିବିର ଆୟୋଜନ କରିଥିବା ସଙ୍ଗଠନମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବେ। ଏହି ଅବସରରେ ସଙ୍ଗଠନର ମୁଖପତ୍ର ‘ସ୍ପନ୍ଦନ’ ଉନ୍ମୋଚନ କରାଯିବ। ଜିଲାର ବିଭିନ୍ନ ବ୍ଲକ କମିଟି ଓ ରକ୍ତଦାତା ସଙ୍ଗଠନମାନଙ୍କର ପ୍ରତିନିଧିମାନଙ୍କ ମଧ୍ୟରୁ ସୁକୁମାର ରଣା, ସେକ୍‌ ଜନତ ହୋସେନ୍‌, ଅକ୍ଷୟ ତ୍ରିପାଠୀ, ଗୌରାଙ୍ଗ ପାଣିଗ୍ରାହୀ, ଉପେନ୍ଦ୍ର ନାଥ ପାତ୍ର, ବିଜୟ ପାତ୍ର, ଦେବାଶିଷ ପାଣି, କାଞ୍ଚନବାଳା ପାତ୍ର, ଅଧିର ଗୋସ୍ବାମୀ, ରାଜେଶ ଗିରି, ନିରଞ୍ଜନ ପରିଡ଼ା, ବେଣୁଧର ପାଳ, ଇଂ. ବନମାଳୀ ନାୟକ, ଗୌରାଙ୍ଗ ପଣ୍ଡା, ପ୍ରଦୀପ ଦାସ ଓ ବଳରାମ ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button