April 16, 2024

ଭାରତରେ ବଜାର ପ୍ରବେଶ କଲା ଆପାଚି ‘ଆରଟିଆର ୧୮୦ନୂଆ ମଡେଲ

1 min read
Apache-Aajira-Odisha

ଆଓରି-ନୂଆଦିଲ୍ଲୀ(୨୨/୧୧) : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ‘ଟିଭିଏସ୍‍’ ଆପାଚି ‘ଆରଟିଆର ୧୮୦-୨୦୧୯’ ନୂଆ ମଡେଲ ଭାରତରେ ବଜାର ପ୍ରବେଶ କରାଇଛି। ଏହି ବାଇକରେ ଏବିଏସ୍‍ ଏବଂ ନନ୍‍-ଏବିଏସ୍‍ ନାମକ ଦୁଇଟି ମଡେଲ ରହିଛି। ନନ୍‍-ଏବିଏସ୍‍ ଗାଡିର ମୂଲ୍ୟ କମ୍ପାନୀ ୮୪,୫୭୮ ଟଙ୍କା ରହିଥିବାବେଳେ ଏବିଏସ୍‍ ବାଇକର ମୂଲ୍ୟ ୯୫,୩୯୨ ଟଙ୍କା ରହିଛି। ପୁରୁଣା ମଡେଲ ତୁଳନାରୁ ନୂଆ ମଡେଲ ଗାଡି କମ୍ପାନୀ ବହୁ ପରିବର୍ତ୍ତନ କରିଛି। ଏହି ନୂଆ ବାଇକରେ ରେସ ଇନସ୍ପାଇର୍ଡ ଗ୍ରାଫିକ୍ସ, ବାଇଟ ବ୍ୱେକଲିଟ୍‍ ସ୍ପିଡୋମିଟର, ଡାୟଲ ଆର୍ଟ, ଇଣ୍ଟିଗ୍ରେଟେଡ ଫୋମ ସ୍ଲାଇଡସ୍‍ ଆଦି ସୁବିଧା ରହିଛି। ଟିଭିଏସ୍‍ ଆପାଚିର ଏହି ନୂଆ ମଡେଲ ବାଇକ ପର୍ଲ ଧଳା, ଗ୍ଲାସ କଳା, ଟି ଗ୍ରେ, ମେଟ ନୀଳ ଓ ମେଟ ନୀଳ ଆଦି ୫ଟି ରଙ୍ଗରେ ବଜାରରେ ଉପଲବ୍ଧ ରହିଛି। ବାଇକର ଯାନ୍ତ୍ରିକ ଦୃଷ୍ଟି କୋଣରୁ ବାଇକରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ନୂଆ ବାଇକରେ ୧୭୭.୪ସିସି ଇଞ୍ଜିନ, ୫ସ୍ପିଡ ଗିୟରବକ୍ସ ଦିଆଯାଇଛି। ଯାହା ୧ଘଣ୍ଟାରେ ୧୧୪କିଲୋମିଟର ଅତିକ୍ରମ କରିପାରିବ। ବ୍ରେକିଂ ବ୍ୟବସ୍ଥା କହିବାକୁ ଗଲେ ବାଇକର ସମ୍ମୁଖ ଏବଂ ପଛଭାଗ ଉଭୟଭାଗରେ ଡିସ ବ୍ରେକ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.