ସୀତାରମଣଙ୍କ ବଡ଼ ଘୋଷଣା ; କର୍ପୋରେଟ ଟିକସ ହ୍ରାସ କଲେ କେନ୍ଦ୍ର ସରକାର
1 min read
ଆଓରି-ନୂଆଦିଲ୍ଲୀ(୨୦/୦୯) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା । କର୍ପୋରେଟ ଟ୍ୟାକ୍ସ କମ୍ କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଗୋଆରେ ହେବାକୁ ଥିବା ଜିଏସଟି କାଉନ୍ସିଲ୍ ପୂର୍ବରୁ ନିର୍ମଳା ସିତାରମଣ ମିଡିଆ ସାମ୍ନାରେ ଏହି ଘୋଷଣା କରିଛନ୍ତି । ଘୋଷଣାରେ ସେ କହିଛନ୍ତି ଯେ, କମ୍ପାନୀ ଓ ବ୍ୟବସାୟୀ ମାନଙ୍କୁ ରାହତ ମିଳିଥିବା ବେଳେ କର୍ପୋରେଟ୍ ଟ୍ୟାକ୍ସ କମ୍ କରିବାକୁ ଘୋଷଣା କରିଛନ୍ତି । ନିର୍ମଳା ସିତାରମଣ କହିଛନ୍ତି ଯେ, ଟ୍ୟାକ୍ସ କମ୍ କରିବାର ପାଇଁ ଅଧ୍ୟାଦେଶ ପାସ୍ ହୋଇସାରିଛି ।
ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ । ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ ବଢ଼ାଇବ ବୋଲି ସୀତାରମଣ କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ଘରୋଇ କମ୍ପାନୀଙ୍କୁ ୩୦% ବଦଳରେ ୨୨% ହାରରେ ଆୟକର ଦେବାକୁ ହେବ। ଏତଦ୍ବ୍ୟତୀତ ନୂଆ ମାନ୍ୟୁଫାକଚରିଂ କମ୍ପାନୀ ୧୫% ହାରରେ ଆୟକର ଦେବେ, ଯାହାକି ପୂର୍ବରୁ ୨୫% ଥିଲା ।
ତେବେ ଏଥିରେ ଗୋଟିଏ ସର୍ତ୍ତ ରହିଛି, ଏହି ସୁବିଧା ପାଇବାକୁ ହେଲେ ସେମାନଙ୍କୁ ଅନ୍ୟ କିଛି ରିହାତିରୁ ବଞ୍ଚିତ ହେବାକୁ ହେବ। ତେବେ ସରଚାର୍ଜ ଏବଂ ସେସ୍ ମିଶିବ । ପରେ ଇଫେକ୍ଟିଭ୍ ଟିକସ ହାର ଯଥାକ୍ରମେ ୨୫.୧୭% ଏବଂ ୧୭.୦୧% ରହିବ । ସରକାର ଆଲୋଚନା କରି ନେଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରେ ଏହା ଅନ୍ୟତମ । ଏକ ବିଧେୟକ ଅଣାଯାଇ ଟିକସ ଆଇନରେ ପରିବର୍ତ୍ତନ କରାଯାଇଥିବା ନିର୍ମଳା ସିତାରମଣ ସୂଚନା ଦେଇଛନ୍ତି।