April 18, 2024

୬୫ ହଜାର ପେଟ୍ରୋଲ୍‍ ପମ୍ପ ପାଇଁ ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର

1 min read
Petrol-Pump-Aajira-Odisha

ଆଓରି-ନୂଆଦିଲ୍ଲୀ(୨୫/୧୧) : ଦେଶର ବିଭିନ୍ନ ଅଞ୍ଚଳରେ ୬୫ ହଜାର ପେଟ୍ରୋଲ୍‍ ପମ୍ପ ବାଣ୍ଟିବେ କେନ୍ଦ୍ର ସରକାର। ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୫ଟି ରାଜ୍ୟକୁ ବାଦ୍‍ ଦେଇ ଦେଶର ଅନ୍ୟ ସବୁ ଅଞ୍ଚଳରୁ ଡିଲରସିପ୍‍ ପାଇଁ ଆବେଦନ କରିବାକୁ ତୈଳ ବିତରଣ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହାଦ୍ୱାରା ପ୍ରାୟ ୧୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ବିପୁଳ ସଂଖ୍ୟକ ପେଟ୍ରୋଲ୍‍ ପମ୍ପ ଆବଣ୍ଟନ କରାଯାଉଛି।

ସରକାରୀ ସୂଚନା ଅନୁଯାୟୀ, ଏବେ ଦେଶରେ ୬୨, ୫୮୫ଟି ପେଟ୍ରୋଲ୍‍ ପମ୍ପ ରହିଛି। ସେଥିମଧ୍ୟରୁ ୬ ହଜାର ପେଟ୍ରୋଲ୍‍ ପମ୍ପ ଘରୋଇ ସଂସ୍ଥାଙ୍କ ଦ୍ୱାରା ପରିଚାଳିତ ହେଉଛି। ଇତିମଧ୍ୟରେ ଦେଶରେ ତୈଳ ଚାହିଦା ୫% ବୃଦ୍ଧି ପାଇଛି। ତେଣୁ ଅଧିକ ପେଟ୍ରୋଲ୍‍ ପମ୍ପ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଚଳିତ ଥର ଆବେଦନକାରୀଙ୍କ ପାଇଁ କିଛି ସର୍ତ୍ତ କୋହଳ କରାଯାଇଛି। ପୂର୍ବରୁ ଡିଲରସିପ୍‍ ପାଇବାକୁ ହେଲେ ନିଜ ନାମରେ ଜମି ଏବଂ ସହରାଞ୍ଚଳ ପମ୍ପ ପାଇଁ ୨୫ ଲକ୍ଷ ଟଙ୍କା ଓ ଗ୍ର।।ମଞ୍ଚଳରେ ପମ୍ପ ପାଇଁ ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ତାହା ଉଚ୍ଛେଦ କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ଜମି ନଥିଲେ ମଧ୍ୟ ଚୁକ୍ତି ଭିତ୍ତିରେ ସେ ଡିଲରସିପ୍‍ ପାଇପାରିବେ। ଆବେଦନକାରୀଙ୍କୁ ଅନ୍‍ଲାଇନ୍‍ରେ ଲଟେରି ମାଧ୍ୟମରେ ଚୟନ କରାଯିବ। ତା’ ପରେ ସେମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ଯାଞ୍ଚ କରାଯିବ। ପୂର୍ବରୁ ଯୋଗ୍ୟତା ଯାଞ୍ଚ ପରେ ହିଁ ଆବେଦନକାରୀଙ୍କ ନାମ ଚୂଡ଼ାନ୍ତ ହେଉଥିଲା ଏବଂ ଲଟେରି ମାଧ୍ୟମରେ ଡିଲରସିପ୍‍ ଚୟନ କରାଯାଉଥିଲା।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.