April 25, 2024

ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା

1 min read

ଆଓରି-ନୂଆଦିଲ୍ଲୀ(୧୭/୦୭) : ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବେ ବୋଲି କୁହାଯାଉଛି। ଏନେଇ ନିର୍ବାଚନ ଆୟୋଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କାହିଁକି ସେମାନଙ୍କର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ କରା ନ ଯିବ ଏନେଇ ନିର୍ବାଚନ ଆୟୋଗ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଲାଗି ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ୧୯୬୮ ନିର୍ବାଚନ ନିୟମ ଅନୁସାରେ ଯଦି କୌଣସି ରାଜନୈତିକ ଦଳ ୪ ଅବା ଏହାଠାରୁ ଅଧିକ ରାଜ୍ୟରେ ଲୋକ ସଭା ଅଥବା ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୬ ପ୍ରତିଶତ ଭୋଟ ହାସଲ କରେ ତେବେ ତାହାକୁ ରାଷ୍ଟ୍ରୀୟ ମାନ୍ୟତା ପ୍ରଦାନ କରାଯିବ। ଅପରପକ୍ଷରେ ସମ୍ପୃକ୍ତ ରାଜନୈତିକ ଦଳ ଲୋକସଭାରେ ୪ଟି ଆସନ ହାସଲ କରିଥିବେ ଅବା ଲୋକସଭାରେ ୨ ପ୍ରତିଶତ ଆସନ ସହିତ ୩ ରାଜ୍ୟରେ ଏହାର ସଦସ୍ୟ ନିର୍ବାଚନରେ ଜିଣିଥିଲେ ସମ୍ପୃକ୍ତ ଦଳକୁ ରାଷ୍ଟ୍ରୀୟ ମାନ୍ୟତା ମିଳିପାରିବ। ପୂର୍ବରୁ ବିଏସ୍‌ପି ଏହି ତାଲିକାରେ ଥିଲା। ତେବେ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ ଯୋଗୁ ଏହା ଉପରେ ଥିବା ସଙ୍କଟ ଟଳି ଯାଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.