ଆତଙ୍କବାଦୀ ହାଫିଜ ସୟିଦ ଗିରଫ
1 min read
Police escort Hafiz Saeed (R), the head of the banned Jamaat-ud-Dawa and founder of Lashkar-e-Taiba, as he leaves after an appearance in court in Lahore May 5, 2009. REUTERS/Mohsin Raza (PAKISTAN CRIME LAW POLITICS RELIGION)
ଆଓରି-ନୂଆଦିଲ୍ଲୀ(୧୭/୦୭) : ୨୬-୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦ ବୁଧବାର ଗିରଫ ହୋଇଛି। ଲାହୋରରୁ ଗୁଜରନ୍ଓ୍ୱାଲା ଯାଉଥିବା ବେଳେ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ ପାକିସ୍ତାନ ପଞ୍ଜାବ ପୁଲିସର ମିଳିତ ଉଦ୍ୟମରେ ହାଫିଜକୁ ଗିରଫ କରାଯାଇଛି। ଏହାପରେ ତାକୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ପୁଲୱାମା ଏବଂ ଉରୀ ଭଳି ଆତଙ୍କବାଦୀ ଆକ୍ରମଣରେ ହାଫିଜର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଜମାତ-ଉଦ-ଦାଓ୍ୱାର ମୁଖ୍ୟ ହେଉଛି ହାଫିଜ।