March 28, 2023

ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୨

1 min read
Chandrayaan-2-Aajira-Odisha

ଆଓରି-ନୂଆଦିଲ୍ଲୀ(୧୭/୦୭) : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଆସନ୍ତା ୨୧ ତାରିଖ ଦ୍ଵିପ୍ରହର କିମ୍ବା ୨୨ ତାରିଖ ସକାଳେ ପୁଣି ଥରେ ଚନ୍ଦ୍ରଯାନ-୨ ଅଭିଯାନ ଆରମ୍ଭ କରିପାରେ। ଭାରତର ୨ୟ ଚନ୍ଦ୍ରଯାନ ଅଭିଯାନ ଗତ ୧୫ ତାରିଖରେ ଆରମ୍ଭ ହେବାର ଥିଲା। ମାତ୍ର ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଜିଏସଏଲଭି-ଏମକେ ୩ ମହାକାଶ ଯାନର କ୍ରାୟୋଜେନିକ ଇଞ୍ଜିନର ହିଲିୟମ ବୋତଲରେ ଲିକ୍‌ ଯୋଗୁ ଉତ୍‌କ୍ଷେପଣ ହେବାର ୫୬ ମିନିଟ ପୂର୍ବରୁ ଅଭିଯାନକୁ ବନ୍ଦ କରାଯାଇଥିଲା। ଏହାର ମରାମତି ପରେ ଆସନ୍ତା ୨୧ କିମ୍ବା ୨୨ ତାରିଖରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ କରାଯିବ ବୋଲି ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।

ରିପୋର୍ଟ ମୁତାବକ, ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କହିଛନ୍ତି, ଇଞ୍ଜିନରେ ଲିକ୍ଵିଡ୍‌ ଅକ୍ସିଜେନ(ଅକ୍ସିଡାଇଜର) ଏବଂ ଲିକ୍ଵିଡ୍‌ ହାଇଡ୍ରୋଜେନ(ଇନ୍ଧନ) ଭରାଯିବା କାମ ଚାଲିଥିଲା। ହିଲିୟମ ବୋତଲ ଉପରେ ୩୫୦ ଥର ପର୍ଯ୍ୟନ୍ତ ପ୍ରେସର ଦେବାର କାର୍ଯ୍ୟ କରାଯିବାର ଥିଲା ଏବଂ ଆଉଟପୁଟ୍‌କୁ ୫୦ ଥର ପାଇଁ ସେଟ୍‌ କରାଯାଇଥାନ୍ତା। କିନ୍ତୁ ହିଲିୟମ ଭରାଯିବା ପରେ ପ୍ରେସର ଦ୍ରୁତବେଗରେ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା। ଫଳରେ ହିଲିୟମ ବୋତଲରେ ଲିକ୍‌ ହୋଇଥିବା ସଙ୍କେତ ମିଳିଥିଲା। ବୈଜ୍ଞାନିକଙ୍କ ଏକ ଟିମ୍‌ ବର୍ତ୍ତମାନ ଉକ୍ତ ଲିକେଜ୍‌ ସ୍ଥାନ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ଏଥିରେ ଅନେକ ସ୍ଥାନରେ ଲିକ୍‌ ହୋଇଥାଇପାରେ ବୋଲି ସମ୍ପୃକ୍ତ ବରିଷ୍ଠ ବୈଜ୍ଞାନିକ କହିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.