March 30, 2023

ବିଚ୍ଛିନ୍ନତାବାଦୀଙ୍କ ସହିତ ହେବନି କୌଣସି ବୁଝାମଣା: ଅମିତ ଶାହ

1 min read

ଆଓରି-ନୂଆଦିଲ୍ଲୀ(୨୫/୦୬) : ଜମ୍ମୁ-କଶ୍ମୀର ବିଚ୍ଛିନ୍ନତାବାଦୀ ନେତାଙ୍କ ସହିତ କୌଣସି ବୁଝାମଣା ହେବନି। ଯାହା ପୂର୍ବରୁ ହୋଇ ଆସୁଥିଲା ଏବେ ଆଉ ସେପରି କରାଯିବ ନାହିଁ। ଏନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି। ସମ୍ବିଧାନ ତଥା ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାହ କହିଛନ୍ତି। ଶାହଙ୍କ ମନ୍ତବ୍ୟ ନେଇ ବିଚ୍ଛିନ୍ନତାବାଦୀ ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କେତେକ ବିଚ୍ଛିନ୍ନତାବାଦୀ ନେତା ଏବେ ଟେରର୍‌ ଫଣ୍ଡିଂ ମାମଲାରେ ଜେଲ୍‌ରେ ଅଛନ୍ତି। ଏହି ମାମଲାରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌ କହିଛନ୍ତି ଯେ, ଏବେ ସମସ୍ତ ନିଷ୍ପତ୍ତି ଦିଲ୍ଲୀରୁ ହିଁ କରାଯିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.