ଜାତୀୟ

ଆପ୍‌ ବିଧାୟକ ମନୋଜ କୁମାରଙ୍କୁ ୩ମାସ ଜେଲ ଦଣ୍ଡାଦେଶ

ଆଓରି-ନୂଆଦିଲ୍ଲୀ(୨୫/୦୬) : ରାଜଧାନୀ ନୂଆଦିଲ୍ଲୀରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟ୍‌କା ଲାଗିଛି। ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଆପ୍‌ ବିଧାୟକ ମନୋଜ କୁମାରଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ବାଧା ଦେବା ମାମଲାରେ ରାଉଜ ଏଭିନ୍ୟୁ କୋର୍ଟ କୋଣ୍ଡଲୀ ବିଧାୟକ ମନୋଜଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କଲ୍ୟାଣପୁରୀ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବିଚାରପତି ସମର ବିଶାଲ ବିଧାୟକ ମନୋଜ କୁମାରଙ୍କୁ ସରକାରୀ କାର୍ଯ୍ୟରେ ବାଧା ଦେବା, ମତଦାନ କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଆଦି ଧାରାରେ ଗତ ୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ।

୨୦୧୩ ନିର୍ବାଚନ ସମୟରେ ମନୋଜ କୁମାରଙ୍କ ନେତୃତ୍ଵରେ ୫୦ରୁ ଅଧିକ ଆପ୍‌ କର୍ମକର୍ତ୍ତା ଏମସିଡି ସ୍କୁଲ ଫାଟକ ସମ୍ମୁଖରେ ହଙ୍ଗାମା କରିଥିଲେ। ଫଳରେ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା। ମତଦାତାମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏମାନେ ଫାଟକ ବନ୍ଦ କରିଦେବାରୁ ସ୍କୁଲ ଭିତରେ ପୁଲିସ କର୍ମଚାରୀ ଏବଂ ନିର୍ବାଚନ ଅଧିକାରୀ ଓ କର୍ମଚାରୀମାନେ ଅଟକ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button