ଜାତୀୟ

ପରଲୋକରେ ରାଜସ୍ଥାନ ବିଜେପିର ଅଧ୍ୟକ୍ଷ ମଦନ ଲାଲ ସାଇନୀ

ଆଓରି-ନୂଆଦିଲ୍ଲୀ(୨୫/୦୬) : ରାଜସ୍ଥାନ ବିଜେପିର ଅଧ୍ୟକ୍ଷ ମଦନ ଲାଲ ସାଇନୀଙ୍କ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା।

ବୃକକ ସଂକ୍ରମଣ ଜନିତ ରୋଗରେ ତାଙ୍କୁ ଶୁକ୍ରବାର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସେ ଜୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଦିନ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାଇନୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ସାଇନୀଙ୍କ ଦେହାନ୍ତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକ ବ୍ୟକ୍ତ କରିଛନ୍ତି। ସେ ସାଇନୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଛନ୍ତି।

୧୯୪୩ ଜୁଲାଇ ୧୩ରେ ମଦନ ଲାଲ ସାଇନୀ ରାଜସ୍ଥାନର ସିକରରେ ଜନ୍ମଗ୍ରହଣ କରିଥିଲେ। ସେ ଜନସଂଘ ସମୟରୁ ରାଜନୀତିରେ ସକ୍ରିୟ ଥିଲେ। ସେ ଝୁନଝୁନର ଗୁଢା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଭାରତୀୟ ମଜଦୁର ସଂଘ ସହ କାର୍ଯ୍ୟ କରିଥିଲେ। ସାଇନୀ ପ୍ରଦେଶ ବିଜେପି ମହାମନ୍ତ୍ରୀ, ପ୍ରଦେଶ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ୨୦୧୮ରୁ ରାଜସ୍ଥାନ ବିଜେପିର ଅଧ୍ୟକ୍ଷ ପଦରେ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button