May 20, 2024

ବିରୋଧୀଙ୍କୁ ଶକ୍ତ ଝଟକା : ଇଭିଏମ ଓ ଭିଭିପାଟର ରସିଦ ମିଶାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

1 min read

ଆଓରି-ନୂଆଦିଲ୍ଲୀ(୦୭/୦୫) : ଇଭିଏମ ଓ ଭିଭିପାଟର ରସିଦ ମିଶାଇବାକୁ ବିପକ୍ଷ ଦଳମାନେ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ଇଭିଏମ ଓ ଭିଭିପାଟର ରସିଦ ମିଶାଇବା ପାଇଁ ପ୍ରାୟ ୨୧ଟି ବିରୋଧୀ ଦଳ ଆବେଦନ କରିଥିଲେ । ୫୦ ପ୍ରତିଶତ ଭିଭିପାଟ ରସିଦକୁ ଇଭିଏମ ସହ ମିଶାଇବା ସହ ନିର୍ବାଚନ ଆୟୋଗ ଆଦେଶ ଦିଅନ୍ତୁ ବୋଲି ବିରୋଧୀମାନେ ଚାହୁଁଥିଲେ ।

ତେବେ ଆଜି ସୁପ୍ରିମକୋର୍ଟ ଏହି ପିଟିସନକୁ ଖାରଜ କରିଛନ୍ତି । ପ୍ରାୟ ୨୧ଟି ଦଳ ଯାଞ୍ଚ ପାଇଁ ଆବେଦନ କରିଥିଲେ । ଏଥିରେ ପୂର୍ବତନ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ସାମିଲ ଥିଲେ । ତେବେ ଖାରଜ ପରେ ସେମାନେ କୋର୍ଟଙ୍କ ଆଦେଶକୁ ସମ୍ମାନ କରୁଥିବା କହିଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରତି ବିଧାନସଭାର ୫ଟି ବୁଥର ଇଭିଏମ ଓ ଭିଭିପାଟ ରସିଦ ମିଶାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବିରୋଧୀମାନେ ପ୍ରତି ବିଧାନସଭାର ୫୦ ପ୍ରତିଶତ ରସିଦ ମିଶାଇବାକୁ କୋର୍ଟରେ ଆବେଦନ କରିଥିଲେ । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.