March 23, 2023

ବାତ୍ୟା ଫନି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କଲେ ବଲିଉଡ ଷ୍ଟାର ଅକ୍ଷୟ

1 min read

ଆଓରି-ନୂଆଦିଲ୍ଲୀ(୦୭/୦୫) : ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏବେ ବଲିଉଡ଼୍‍ର ଜଣେ ଟପ ଷ୍ଟାର୍‌, କିନ୍ତୁ  ତାଙ୍କଠାରେ ନାମ ମାତ୍ର ବି ଗର୍ବ ଅହଙ୍କାର ନାହିଁ। ସେ ଖୁବ୍‌ ଦୟାଳୁ ଏବଂ ପରୋପକାରୀ ଏକଥା କାହାରିକୁ ଅଛପା ନୁହେଁ। ପୁଣି ଥରେ ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏହାର ପ୍ରମାଣ ଦେଇଛନ୍ତି। ସେ ଓଡ଼ିଶାରେ ସଂଘଠିତ ଭୟାବହ ସାମୁଦ୍ରିକ ବାତ୍ୟା ଫନିର ପ୍ରଭାବରେ ଓଡ଼ିଶାର ବ୍ୟାପକ କ୍ଷୟକ୍ଷତି ହୋଇଥିବାର ଜାଣିବାପରେ ସହାୟତାର ହାତ ବଢ଼ାଇଛନ୍ତି। ଅକ୍ଷୟ କୁମାର ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି।

ନିକଟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେସରୀ’ ରିଲିଜ୍‌ ହୋଇଥିଲା। ଚଳିତ ବର୍ଷ ଦୀପାବଳି ଅବସରରେ ତାଙ୍କର ଗୋଟିଏ ଫିଲ୍ମ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଏହି ସିନେମା ହେଲା ‘ହାଉସଫୁଲ-୪’ । ସାଜିଦ୍‌ ନାଡିଆଡଓ୍ଵାଲଙ୍କ ପ୍ରଯୋଜିତ ଏହି ସିନେମାରେ ଅକ୍ଷୟ କୁମାର,ରିତେଶ ଦେଶମୁଖ,ବବି ଦେଓଲ୍‌,କ୍ରିତି ସାନନ୍‌,କ୍ରିତି ଖରବନ୍ଦା ଓ ପୂଜା ହେଗଡେ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.