May 8, 2024

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଲେ ବିଏସ୍‌ଏଫ୍‌ରୁ ବହିଷ୍କୃତ ଯବାନ ତେଜ୍‌ ବାହାଦୁର ଯାଦବ

1 min read

ଆଓରି-ନୂଆଦିଲ୍ଲୀ(୦୭/୦୫) : ବାରଣାସୀରୁ ମୋଦିଙ୍କ ବିପକ୍ଷରେ ନାମାଙ୍କନ ଭରିଥିଲେ ବିଏସ୍‌ଏଫ୍‌ରୁ ବହିଷ୍କୃତ ଯବାନ ତେଜ୍‌ ବାହାଦୁର ଯାଦବ । କିନ୍ତୁ ତାଙ୍କର ନାମାଙ୍କନ ଖାରଜ ହୋଇଯାଇଛି । ମହାମେଣ୍ଟ ପ୍ରାର୍ଥୀ ତେଜ୍‌ ବାହାଦୁର ବିଏସ୍‌ଏଫରୁ ବହିଷ୍କାର ପଛର କାରଣ ଦର୍ଶାଇ ପାରି ନଥିଲେ । ଫଳରେ ତାଙ୍କ ନାମାଙ୍କନ ରଦ୍ଦ ହୋଇଛି ।

 ସେ ଯାହା ହେଉ ତେଜ୍‌ ବାହାଦୁରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭଡିଓରେ ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି କୁହାଯାଉଥିବା ଶୁଣିବାକୁ ମିଳୁଛି । ଭିଡିଓ କ୍ୱାଲିଟି ଭଲ ନଥିବାରୁ ମୋଦିଙ୍କ ହତ୍ୟାକୁ ନେଇ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ସ୍ପଷ୍ଟ ଭାବେ ଜାଣି ହେଉ ନାହିଁ । କିନ୍ତୁ ସେହି ଚେହେରା ତେଜ୍‌ ବାହାଦୁରଙ୍କର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.