May 13, 2024

ଜମ୍ମୁ ଓ କଶ୍ମୀରରଏନକାଉଣ୍ଟରରେ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ନିହତ

1 min read

ଆଓରି-ନୂଆଦିଲ୍ଲୀ(୧୦/୦୫) : ଆଜି ସକାଳୁ ଜମ୍ମୁ ଓ କଶ୍ମୀରର ସୋପିଆନ ଠାରେ ନିରାପତ୍ତା ବଳ ମୋଷ୍ଟ୍-ଓ୍ଵାଣ୍ଟେଡ୍ ଆତଙ୍କବାଦୀ ଜାକିର ମୁସାର ଘନିଷ୍ଠ ସହଯୋଗୀ ଇଶଫକ ସୋଫିକୁ ଗୁଳିମାରି ହତ୍ୟା କରିଛନ୍ତି। ଇଶଫକ ସୋଫି ଓରଫ ଅବଦ୍ଦୁଲ୍ଲା ଭାଇ ଜମ୍ମୁ ଓ କଶ୍ମୀର ଇସଲାମିକ ଷ୍ଟେଟର କମାଣ୍ଡର୍ ଥିଲା।

ଆଇଏସଜେକେ ଆଇଏସ୍-ପ୍ରେରିତ ସଂଗଠନ ଏବଂ ଏହାର ମୁଖ୍ୟ ହେଉଛି ଜାକିର ମୁସା। କଶ୍ମୀର ଠାରେ ଥିବା ଏହି ଆତଙ୍କବାଦୀ ସଂଗଠନରେ ଇଶଫକ ଥିଲା ଜୀବିତ ବ୍ୟକ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି ୨୦୧୫ରେ ହର୍କତ୍-ଉଲ୍ ମୁଜାହିଦୀନରେ ଯୋଗ ଦେଇଥିଲା, କିନ୍ତୁ ପରେ ୨୦୧୬ରେ ଆଇଏସଜେକେରେ ଯୋଗ ଦେଇଥିଲା। ତେବେ ଜମ୍ମୁରେ ଭାରତୀୟ ସେନା ପକ୍ଷରୁ ଜୋରଦାର କମ୍ବିଂ ଅପରେସନ କରିଯାଉଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.