March 25, 2023

ଛତିଶଗଡ଼ରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

1 min read
Two-Mouist-Dead-in-encounter-in-chhatishgarh-Aajira-Odisha

ଆଓରି-ନୂଆଦିଲ୍ଲୀ(୦୮/୦୫) : ଛତିଶଗଡ଼ର ମାଓବାଦୀ ପ୍ରବଣ ଦାନ୍ତେୱାଡା ଜିଲାର ଗୋଣ୍ଡେରାସ ଜଙ୍ଗଲରେ ବୁଧବାର ସକାଳେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ନିକଟରୁ ଗୋଟିଏ ଇନ୍ସାସ ରାଇଫଲ, ଗୋଟିଏ ୧୨ବୋର ବନ୍ଧୁକ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି।
ଡିଷ୍ଟ୍ରିକ୍‍ ରିଜର୍ଭ ଗ୍ରୁପ୍‍ (ଡିଆରଜି), ସ୍ୱତନ୍ତ୍ର ଟାକ୍ସ ଫୋର୍ସ (ଏସ୍‍ଟିଏଫ) ସହ ପ୍ରଥମ ଥର ମହିଳା ଡିଆରଜି ଏହି ଅଭିଯାନରେ ସାମିଲ ହୋଇଥିଲେ।

ସୂଚନା ଅନୁସାରେ ସଂଘର୍ଷ ବେଳେ ପୁଲିସ୍‍ ମୋବାଇଲ ନେଟୱାର୍କକୁ ବନ୍ଦ କରିଦେଇଥିଲା। ପୁଲିସ୍‍କୁ ଗୁଇନ୍ଦା ସୂଚନା ମିଳିଥିଲା ଯେ ଗୋଣ୍ଡେରାସ ଜଙ୍ଗଲରେ ମାଓବାଦୀ କମାଣ୍ଡର ଶ୍ୟାମ, ଦେବା, ବିନୋଦ ସମେତ ୩୦ ଜଣ ମାଓବାଦୀ ଏକ ଟେଣ୍ଟରେ ଅଛନ୍ତି। ସୂଚନା ଅନୁସାରେ ବୁଧବାର ସକାଳେ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ତଲାସୀ ସମୟରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ମାଓବାଦୀ ନିହତ ହୋଇଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.