March 31, 2023

ରାଜଧାନୀ, ଦୁରନ୍ତୋ, ଶତାବ୍ଦୀ ଏକ୍ସପ୍ରେସରେ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ଵତନ୍ତ୍ର ବଗି

1 min read

ଆଓରି-ନୂଆଦିଲ୍ଲୀ(୧୦/୦୫) : ରାଜଧାନୀ, ଦୂରନ୍ତୋ ଏବଂ ଶତାବ୍ଦୀ ଭଳି ପ୍ରିମିୟମ ଟ୍ରେନଗୁଡ଼ିକରେ ମହିଳା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବଗି ସଂରକ୍ଷିତ ରଖାଯିବ। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କରାଯିବ​‌ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି। ଏହି ଏକ୍ସପ୍ରେସ ଟ୍ରେନଗୁଡ଼ିକରେ ବର୍ତ୍ତମାନ ୨ଟି ଲେଖାଏ ପାୱାର କୋଚ୍‌ ରହିଛି। ସେଥିରୁ ଗୋଟିଏ ପାୱାର କୋଚ୍‌ କଢ଼ାଯାଇ ତା ସ୍ଥାନରେ ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବଗି କରାଯିବ। ସେହିପରି ଅନ୍ୟ ପାୱାର କୋଚ୍‌ଟିକୁ ପ୍ରତ୍ୟାହାର କରାଯାଇ ତା’ ସ୍ଥାନରେ ଏକ ଉନ୍ନତ ପାୱାର କୋଚ୍‌ ଲଗାଇବାକୁ ରେଲୱେ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଏସବୁ ଟ୍ରେନରେ ଥିବା ୨ଟି ଲେଖାଏ ପାୱାର କୋଚ୍‌ ସମ୍ପୂର୍ଣ୍ଣ ଟ୍ରେନକୁ ବିଦ୍ୟୁତ୍‌ ଯୋଗାଉଛି। ଉନ୍ନତ ପାୱାର କୋଚ୍‌ ଲଗାଯିବା ପରେ ୨ଟି ବଦଳରେ କେବଳ ଗୋଟିଏ ପାୱାର କୋଚ୍‌ ସମ୍ପୂର୍ଣ୍ଣ ଟ୍ରେନକୁ ବିଦ୍ୟୁତ ଯୋଗାଇବାରେ ଯଥେଷ୍ଟ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.