ଭାରତୀୟ ବାୟୁସେନାରେ ସାମିଲ ହେଲା ଅପାଚେ ଗାର୍ଜିୟନ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୫) : ଭାରତୀୟ ବାୟୁସେନାରେ ସାମିଲ ହେଲା ଅପାଚେ ଗାର୍ଜିୟନ । ଆମେରିକା ଏରିଜୋନାରେ ଏହି ହେଲିକପ୍ଟରର ନିର୍ମାଣ ହୋଇଥିଲା । ଏପରି ୨୨ଟି ହେଲିକପ୍ଟର ଭାରତ ଆମେରିକାଠାରୁ କିଣିବ । ଏହାପୂର୍ବରୁ ଭାରତ ଆମେରିକାଠାରୁ ଚିକୁନ୍ ହେଭିୱେଟ୍ ହେଲିକପ୍ଟର କିଣିଛି ।

ବୋଇଂ ଏଏଚ-୬୪ ଇ ଅପାଚେକୁ ଦୁନିଆର ସବୁଠାରୁ ଘାତକ ହେଲିକପ୍ଟର ଭାବେ ଗ୍ରହଣ କରାଯାଏ । ଗତବର୍ଷ ଭାରତୀୟ ସେନା ଆମେରିକା ସହିତ ଏପରି ୬ଟି ଏଏଚ-୬୪ ଇ ହେଲିକପ୍ଟର କିଣିବା ପାଇଁ ବୁଝାମଣା କରିଥିଲା । ଏହି ହେଲିକପ୍ଟରକୁ ଚୀନ ଓ ପାକିସ୍ତାନର ସୀମାରେ ମୁତୟନ କରାଯିବ ।