April 20, 2024

ବିଜେପିରେ ଯୋଗଦେଲେ ଅଭିନେତା ଅରୁଣ ବକ୍ସି

1 min read

ଆଓରି-ଭୁବନେଶ୍ଵର(୧୧/୦୫) : ବଲିଉଡ଼ର ଜଣାଶୁଣା ଅଭିନେତା ଅରୁଣ ବକ୍ସି ଶନିବାର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ରମନ ସିଂହଙ୍କ ଉପସ୍ଥିତିରେ ଅରୁଣ ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ଅନେକ ବଡ଼ ବଡ଼ ନେତା ମଧ୍ୟ ଉପସ୍ଥିତ ଥିଲେ। ଏହା ପୂର୍ବରୁ କ୍ରିକେଟର ଗୌତମ ଗମ୍ଭୀର ଏବଂ ସନି ଦେଓଲଙ୍କ ଭଳି କଳାକାର ବିଜେପିରେ ଯୋଗଦେଇଥିଲେ।
ଅରୁଣ ବକ୍ସି ‘କୟାମତ’, ‘ହିନା’ ଏବଂ ‘ହିନ୍ଦ କି ବେଟି’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ‘ଦେଖ ଭାଇ ଦେଖ’ ଭଳି ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ। ସେ ମୋଦୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା କହିଛନ୍ତି।
ସୂଚନା ମୁତାବକ, ଅରୁଣ ତାଙ୍କ ଅଭିନୟ ଜୀବନରେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏବଂ ଏକ ସମୟରେ ସେ ଗାୟକ ଭାବେ ୨୯୮ଟି ଗୀତରେ କଣ୍ଠଦାନ କରିଥିଲେ। ସେ ପଞ୍ଜାବି ଏବଂ ଭୋଜପୁରି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ଅରୁଣ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୧ମସିହାରେ ବଲିଉଡ଼ରେ ପାଦ ଥାପିଥିଲେ।


Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.