May 19, 2024

ଏମ୍ ନାଗେଶ୍ୱର ରାଓଙ୍କୁ ୧ଲକ୍ଷ ଜରିମାନା ସହ ଦଣ୍ଡାଦେଶ ଶୁଣାଇଲେ ସୁପ୍ରୀମ କୋର୍ଟ

1 min read
M-Nageswar-Rao-Aajira-Odisha

ଆଓରି-ନୂଆଦିଲ୍ଲୀ(୧୨/୦୨) : ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡାର୍ ଏମ୍ ନାଗେଶ୍ୱର ରାଓଙ୍କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା । କେବଳ ଏତିକି ନୁହେଁ ନାଗେଶ୍ୱରଙ୍କୁ ଅଦାଲତ ଅବମାନନା କରିଥିବାରୁ ୧ଲକ୍ଷ ଜରିମାନା ସହ ଦଣ୍ଡାଦେଶ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ତେବେ ନିଜର ଭୁଲ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ନାଗେଶ୍ୱର ନିଃସର୍ତ୍ତ କ୍ଷମା ମାଗିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହ କଡା ଭର୍ତ୍ସନା କରିଛନ୍ତି ।

ସୂଚନା ଯେ, ନାଗେଶ୍ୱର ସିବିଆଇର ଅନ୍ତରୀଣ ମୁଖ୍ୟ ଥିବା ବେଳେ ବିହାର ଶେଲଟର ହୋମ୍ ଯୌନ ଉତ୍ପୀଡନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି ବିନା ବଦଳି କରିଥିଲେ । ତେବେ ଏନେଇ ସୁପ୍ରିମକୋର୍ଟଙ୍କୁ ନାଗେଶ୍ୱର ନିଃସର୍ତ୍ତ କ୍ଷମା ମାଗିଥିଲେ ମଧ୍ୟ ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଏନେଇ ନେଇ ସୁପ୍ରିମକୋର୍ଟ ନାଗାଶ୍ୱରଙ୍କୁ 1 ଲକ୍ଷ ଟଙ୍କା ଜରିମାନା ସହ ଦୁଇ ଦିନ କୋର୍ଟରେ ରହିବାକୁ ଦଣ୍ଡାଦେଶ ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.