May 20, 2024

ସଂସଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ର ଉନ୍ମୋଚିତ କଲେ ରାଷ୍ଟ୍ରପତି

1 min read
atal-bihari-vajpayee-portrait-Aajira-Odisha

ଆଓରି-ନୂଆଦିଲ୍ଲୀ(୧୨/୦୨) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ର ଉନ୍ମୋଚନ କରିଛନ୍ତି । ସଂସଦର ସେଣ୍ଟ୍ରାଲ ହଲରେ ଏହି ଫଟୋ ରଖାଯାଇଛି । ଫଟୋଚିତ୍ର ଉନ୍ମୋଚନ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଭିନ୍ନ ଦଳର ନେତା ପ୍ରମୁଖ ଉପସ୍ଥିତ ଥିଲେ । ବାଜପେୟୀ ଜଣେ ଲୋକପ୍ରିୟ ନେତା ଥିଲେ । କ୍ଷମତା ହାସଲ କରିବା ପାଇଁ ତାଙ୍କର କେବେବି ଲାଳସା ନଥିଲା । ଏକବିଂଶ ଶତାବ୍ଦୀର ଭାରତ ତାଙ୍କର ସ୍ୱପ୍ନ ଥିଲା । ତାଙ୍କ ପରି ବ୍ୟକ୍ତିତ୍ୱ କମ୍ ବୋଲି ରାଷ୍ଟ୍ରପତି ନିଜ ସମ୍ବୋଧନରେ କହିଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.