ଜାତୀୟ

ମା’ଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେଲେ ରବର୍ଟ ଭଦ୍ରା

ଆଓରି-ନୂଆଦିଲ୍ଲୀ(୧୨/୦୨) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧିଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଇଡିର ମାରାଥନ୍ ଜେରା । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରାଙ୍କୁ ଲଗାତାର ଜେରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ତେବେ ଏହିକ୍ରମରେ ଭଦ୍ରା ଆଜି ପୁଣି ଇଡିର ରାଜସ୍ତାନସ୍ଥିତ ଆଞ୍ଚଳିକ କାର୍ଯ୍ୟାଳରେ ହାଜର ହୋଇଛନ୍ତି । ରାଜସ୍ତାନ ସୀମାନ୍ତ ବିକାନେର ଜିଲ୍ଲାରେ ଏକ ଜମି ଦୁର୍ନୀତି ଅଭିଯୋଗରେ ଇଡି ଅଧିକାରୀମାନେ ଭଦ୍ରାଙ୍କୁ ଜେରା କରୁଛନ୍ତି । ଭଦ୍ରାଙ୍କୁ ଇଡି କାର୍ଯ୍ୟାଳୟରେ ଛାଡିବାକୁ ସାଙ୍ଗରେ ତାଙ୍କ ମାଆ ମୌରିନ୍ ଏବଂ ପତ୍ନୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆସିଥିଲେ ।

ମଙ୍ଗଳବାର ସକାଳ ପ୍ରାୟ ୧୦.୩୦ ସମୟରେ କଡା ସୁରକ୍ଷା ବଳୟ ଭିତରେ ଇଡିର ଆଞ୍ଚଳିକ କାର୍ଯ୍ୟାଳୟରେ ଭଦ୍ରା, ପ୍ରିୟଙ୍କା ଏବଂ ମୌରିନ୍ ଆସି ପହଞ୍ଚିଥିଲେ । ତେବେ ଭଦ୍ରାଙ୍କୁ ସେଠାରେ ଛାଡି ପ୍ରିୟଙ୍କା ଫେରିଯାଇଥିଲେ । ଅନ୍ୟପଟେ ଇଡି କାର୍ଯ୍ୟାଳୟ ସମ୍ମୁଖକୁ ଯାଇଥିବା ରାସ୍ତା କଡରେ ପ୍ରିୟଙ୍କା, ଭଦ୍ରା ଏବଂ ରାହୁଲଙ୍କ ପୋଷ୍ଟର ଲାଗିଥିଲା । ଯେଉଁଥିରେ ‘କଟ୍ଟର ସୋଚ୍ଚ ନେହିଁ, ୟୁବା ସୋଚ୍ଚ’ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ତେବେ ଏନେଇ କଂଗ୍ରେସର ସ୍ଥାନୀୟ ପଦାଧିକାରୀମାନେ କିଛି ଜାଣିନଥିବା କହିଛନ୍ତି । ଇଡି ସମ୍ମୁଖରେ ହାଜର ହେବା ଦିନ ଏବଂ ଦଳୀୟ ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଭଳି ଅଭିଯୁକ୍ତଙ୍କୁ ସ୍ଥାନ ଦେବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ଅର୍ଚ୍ଚନା ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ପୋଷ୍ଟର ବାବଦରେ ସେମାନଙ୍କୁ କିଛି ଜଣାନାହିଁ । ତେବେ ଏହାକୁ ପାର୍ଟି ପକ୍ଷରୁ ଲଗାଯାଇନଥିବା କହିଛନ୍ତି ଅର୍ଚ୍ଚନା । ପ୍ରକାଶ ଯେ, ଇଡି ସମ୍ମୁଖରେ ହାଜର ହେବାକୁ ପ୍ରଥମ ଥର ପାଇଁ ଭଦ୍ରା ଜୟପୁର ଆସିଛନ୍ତି । ପୂର୍ବରୁ ଦିଲ୍ଲୀରେ ଭଦ୍ରାଙ୍କୁ ତିନି ଦିନ ଧରି ଇଡି ମାରାଥନ୍‌ ଜେରା କରିସାରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button