May 19, 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପ୍ରସ୍ତାବକୁ ସ୍ୱୀକାର କଲେ ରାଷ୍ଟ୍ରପତି ସାୟାରିଲ ରାମାଫୋସା

1 min read
PM-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୩/୧୨) : ୨୦୧୯ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସାୟାରିଲ ରାମାଫୋସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପ୍ରସ୍ତାବକୁ ସ୍ୱୀକାର କରି ସେ ଭାରତ ଆସିବାକୁ ହଁ ଭରିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗଣତନ୍ତ୍ର ଦିବସର ଅତିଥି ହେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଆମନ୍ତ୍ରିତ କରିଥିଲେ । କିନ୍ତୁ ସମୟାଭାବରୁ ଡୋନାଲ୍ଡ ଟ୍ରମ୍ପ ଆସିପାରିବେ ନାହିଁ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି । ଏହାପରେ ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

ଏହା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସୁସମ୍ପର୍କ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ-ଆଫ୍ରିକା ସହ ବାପୁଙ୍କର ସମ୍ପର୍କ ସମସ୍ତଙ୍କୁ ଜଣା । ଜ୍ୟାକବ ଜୁବା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ସାୟାରିଲ ରାମାଫୋସା ଏବେ ଦକ୍ଷିଣଆଫ୍ରିକାର 5ମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏହା ପୂର୍ବରୁ ସେ ଦକ୍ଷିଣଆଫ୍ରିକାର ଉପରାଷ୍ଟ୍ରପତି ଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.