ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ କମାଇ ନ ପାରିବାରୁ ସରକାରଙ୍କ ଉପରେ ୨୫ କୋଟି ଟଙ୍କା ଜରିମାନା
1 min read
ଆଓରି-ନୂଆଦିଲ୍ଲୀ(୦୩/୧୨) : ରାଜଧାନୀ ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ କମାଇ ନ ପାରିବାରୁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି) ଦିଲ୍ଲୀ ସରକାରଙ୍କ ଉପରେ ୨୫ କୋଟି ଟଙ୍କା ଜରିମାନା ଲଗାଇଛନ୍ତି। ଏହି ଅର୍ଥ ସରକାରୀ କର୍ମଚାରୀଙ୍କ ଦରମାରୁ ଆଦାୟ କରାଯିବ। ଯଦି ଏକକାଳିନ ଏହି ଅର୍ଥ ସରକାର ପଇଠ ନ କରି ପାରନ୍ତି ତେବେ ମାସକୁ ୧୦ କୋଟି ହିସାବରେ ପୈଠ କରିବାକୁ ପଡିବ ବୋଲି ଏନ୍ଜିଟି କହିଛି। ପ୍ରଦୂଷଣକୁ ନେଇ ଦାଖଲ କରାଯାଇଥିବା କେତେଗୁଡିଏ ଆବେଦନ ମଧ୍ୟରୁ ସୋମବାର ଯେଉଁ ଆବେଦନର ଶୁଣାଣି ହୋଇଛି ସେଥିରେ ଏନ୍ଜିଟି ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ମଧ୍ୟ ପ୍ରଦୂଷଣ ବଢାଉଥିବା ଉଦ୍ୟୋଗ ଗୁଡିକ ଉପରେ ଦିଲ୍ଲୀ ସରକାର ନିୟନ୍ତ୍ରଣ ନ ରଖି ପାରିବାରୁ ୫୦କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲା ଏନ୍ଜିଟି।