ଜାତୀୟ

ପ୍ରଥମ ଇଞ୍ଜିନବିହୀନ ଟ୍ରେନ୍‌ – ଟ୍ରେନ୍‌ ୧୮ର ସଫଳ ପରୀକ୍ଷଣ ; ଘଣ୍ଟା ପ୍ରତି ୧୮୦ କିମି

ଆଓରି-ନୂଆଦିଲ୍ଲୀ(୦୩/୧୨) : ଭାରତର ପ୍ରଥମ ଇଞ୍ଜିନବିହୀନ ଟ୍ରେନ୍‌ – ଟ୍ରେନ୍‌ ୧୮ ଆଜି ଟ୍ରାଏଲ୍‌ ରନ୍‌ରେ ଘଣ୍ଟା ପ୍ରତି ୧୮୦ କିମି ବେଗରେ ଗତି କରିଛି। ଘଣ୍ଟା ପିଛା ଏହି ଟ୍ରେନ୍‌ ୧୬୦ କିମି ବେଗରେ ଗତି କରିବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଟ୍ରେନ୍‌ଟି ରେକର୍ଡ ଭାଙ୍ଗି ୧୮୦ କିମି ବେଗ ପାର୍‌ କରିଛି। କୋଟା-ସାୱାର ମାଧୋପୁର ‌ଷ୍ଟେସନ୍‌ରେ ଆଜି ଏହି ‌ଟ୍ରେନ୍‌ଟି ପରୀକ୍ଷାମୂଳକ ଭାବେ ଚଳାଚଳ କରିିଥିଲା। ଭାରତୀୟ ରେଳବାଇରେ ପ୍ରଥମ ଥର ପାଇଁ ଏଭଳି ଦ୍ରୁତଗାମୀ ‌ ଟ୍ରେନ୍‌ ଚଳାଚଳ ହୋଇଛି। ୨୦୧୯ ଜାନୁଆରିରୁ ଏହି ‌ଟ୍ରେନ୍‌ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଚାଲିବ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ‘ଟ୍ରେନ୍‌ ୧୮’ ଘଣ୍ଟା ପ୍ରତି ୨୦୦ କିମି ବେଗରେ ଗତି କରିବା ନେଇ ସାମର୍ଥ୍ୟ ରଖିଛି। କିନ୍ତୁ ଭାରତୀୟ ରେଳ ନେଟ୍‌ୱର୍କ ସେତିକି ଉନ୍ନତ ଢଙ୍ଗରେ ବିକାଶିତ ନୁହେଁ। ଉଲ୍ଲେଖଯୋଗ୍ୟ, ପ୍ରାରମ୍ଭରେ ମଧ୍ୟ ମୋରାଦାବାଦ୍‌ରେ ଏହି ଇଂଜିନ ରହିତ ଟ୍ରେନ୍‌ର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା। ଘଣ୍ଟା ପ୍ରତି ୧୩୦ କିମି ବେଗରେ ଏହା ଗତି କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button