May 19, 2024

ରାଜ୍ୟ ସମ୍ପର୍କିତ ପ୍ରସଙ୍ଗ ସଂକ୍ରାନ୍ତରେ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ନିରଂଜନ ପଟ୍ଟନାୟକ

1 min read
PM-Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୪/୧୨) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ। ରାଜ୍ୟ ସମ୍ପର୍କିତ କିଛି ପ୍ରସଙ୍ଗ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ ନିରଂଜନ ପଟ୍ଟନାୟକ ରାଉରକେଲାର ଆଇଜିଏଚ୍‌କୁ ସୁପର ସ୍ପେସାଲିଟି ହସ୍ପିଟାଲ୍‌ ଓ ଦ୍ଵିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବାପାଇଁ ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିବେ। କଂଗ୍ରେସ ଦଳ ପକ୍ଷରୁ ଏହି ଦୁଇ କାର୍ଯ୍ୟର କ୍ରିୟାନ୍ଵୟନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ନିରଂଜନ ଦାବି ଉପସ୍ଥାପନ କରିବେ। ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ‌ଶେଷ କରିବାପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫ରେ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରସଙ୍ଗରେ ନିକଟରେ ବିଜେପି ବିଧାୟକ ଦିଲ୍ଲୀପ ରାୟ ଇସ୍ତଫା ଦେଇ ସାରିଛନ୍ତି। ତେବେ ପିସିସି ସଭାପତି ଭାବେ ଦାୟିତ୍ଵ ନେବାପରେ ପ୍ରଥମ ଥର ପାଇଁ ନିରଂଜନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଯ‌ଥେଷ୍ଟ ଗୁରୁତ୍ଵ ବହନ କରୁଛି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.