ପୁଲଓ୍ଵାମାରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ; ୬ ଜଣ ଆତଙ୍କବାଦୀ ମୃତ
1 min read
ଆଓରି-ନୂଆଦିଲ୍ଲୀ ବ୍ୟୁରୋ(୨୨/୧୨) : ଆଜି ସକାଳେ ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମା ଜିଲ୍ଲା ଟ୍ରାଲ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟ ଯୋଗୁଁ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ତେବେ ଆତଙ୍କବାଦୀମାନେ ଜାକୀର ମୁସା ସଙ୍ଗଠନ ସହିତ ଜଡ଼ିତ ବୋଲି ଜଣାପଡ଼ିଛି। ମୃତ ଆତଙ୍କବାଦୀମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନର ଜଣେ ଡେପୁଟି କମାଣ୍ଡର ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,ପୁଲଓ୍ଵାମାର ଅରମପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ ସେନା, ଏସଓଜି ଓ ସିଆରପିଏଫର ଜବାନମାନେ ସେହି ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିେଲେ। ଶନିବାର ବଡ଼ି ଭୋରରୁ ହୋଇଥିିବା ଏହି ସର୍ଚ୍ଚ ଅପରେସନ ଆରମ୍ଭ ହେବା ମାତ୍ରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷା କର୍ମୀମାନେ ପୋଜିସନ୍ ନେଇ ପାଲଟା ଗୁଳି ଚଳାଇବାରୁ ୬ ଜଣ ଆତଙ୍କୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଏହି ଗୁଳି ବିନିମୟ ଘଟଣା ପରେ ସେଠାରେ ସେନା ସର୍ଚ୍ଚ ଅପରେସନ୍ ଚଳାଇ ବହୁ ମାରଣାସ୍ତ୍ର ଓ ଗୁଳିଗୋଳା ଜବତ କରିଛି।