୩୩ଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରୁ ଜିଏସଟି ହାର ହ୍ରାସ କରିବାକୁ ନିଆଗଲା ନିଷ୍ପତ୍ତି
1 min read
ଆଓରି-ନୂଆଦିଲ୍ଲୀ(୨୨/୧୨) : ଜିଏସଟି କାଉନସିଲ୍ ୩୧ତମ ବୈଠକରେ ୩୩ଟି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରୁ ଜିଏସଟି ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହା ପ୍ରକାଶ କରିଛନ୍ତି। ଜିଏସଏଟି ହ୍ରାସ ହେବା ପରେ ଫଳରେ ଟିଭି, କମ୍ପ୍ୟୁଟର, ଟାୟାର ଭଳି ଜିନିଷର ଦାମ ଶସ୍ତା ହେବ ବୋଲି ଜଣାପଡିଛି। ଏହିସବୁ ସାମଗ୍ରୀର ଜିଏସଟି ହାର ୧୮ପ୍ରତିଶତରୁ ହ୍ରାସ କରାଯାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି। ସେହିପରି ତମାଖୁ ଜାତୀୟ ଦ୍ରବ୍ୟ, ବିଳାଶପୂର୍ଣ୍ଣ ଗାଡି ଉପରେ କୌଣସି ଟିକସ ଛାଡ କରାଯାଇନାହିଁ।