April 19, 2024

ମଧ୍ୟପ୍ରଦେଶରେ ସୁଶାସନ ଦିବସ ପାଳନ ହେବ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ

1 min read
atal-bihari-vajpayee_aajira-odisha

ଆଓରି-ନୂଆଦିଲ୍ଲୀ(୨୧/୧୨) : ମଧ୍ୟପ୍ରଦେଶରେ କଂଗ୍ରେସ ଏବେ ବିଜେପିର କାର୍ଯ୍ୟକ୍ରମକୁ ନକଲ କରିବା ଆରମ୍ଭ କରିସାରିଲାଣି । ପୂର୍ବତମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିବସ ୨୫ ଡିସେମ୍ବରକୁ ସୁଶାସନ ଦିବସ ରୂପେ ପାଳନ କରେ ବିଜେପି । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ସୁଶାସନ ସପ୍ତାହ ପାଳନ କରିବାର ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶରେ ନୂଆ ସରକାର ୨୫ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ କରିବାର ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ କମଲନାଥ ଏଥିପାଇଁ ଆଦେଶ ଦେଇସାରିଛନ୍ତି । ସୂଚନା ଅନୁସାରେ ୨୪ ଡିସେମ୍ବରରେ ସବୁ ଜିଲ୍ଲାରେ ଅଧିକାରୀ-କର୍ମଚାରୀଙ୍କ ସୁଶାସନ ସପ୍ତାହ ପାଳନ ସହିତ ଶପଥ ସମାରୋହ ମଧ୍ୟ ଅନୁଷ୍ଠିତ ହେବ ।

କର୍ମଚାରୀଙ୍କୁ ଭୋପାଳରେ ୨୪ ଡିସେମ୍ବରରେ ମନ୍ତ୍ରାଳୟ ସାମ୍ନାରେ ବଲ୍ଲଭ ଭାଇ ପଟେଲ ପାର୍କରେ ଶପଥ ପାଠ କରାଯିବ । ଏଭଳି ସବୁ ଜିଲ୍ଲାରେ ଅଧିକାରୀ-କର୍ମଚାରୀ ମଧ୍ୟ ସୁଶାସନର ଶପଥ ନେବେ । ୨୪ରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଏହି ସୁଶାସନ ସପ୍ତାହର କାର୍ଯ୍ୟକ୍ରମ ଆୟୋଜିତ କରାଯିବ । କହିରଖୁଛୁ ବିଜେପି ସରକାର ନିଜ ବରିଷ୍ଠ ନେତା ତଥା ପୂର୍ବତମ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ୨୫ ଡିସେମ୍ବରରେ ସୁଶାସନ ଦିବସ ପାଳନ କରିଆସୁଛି  ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.