ଆଜିଠାରୁ ୬ ମାସ ଯାଏ ଜମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ
1 min readଆଓରି-ନୂଆଦିଲ୍ଲୀ(୧୯/୧୨) : ଆଜିଠାରୁ ୬ ମାସ ଯାଏ ଜମ୍ମୁକାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ।
ଜମ୍ମୁକାଶ୍ମୀର ରାଜ୍ୟପାଲ ସତ୍ୟପାଲ୍ ମଲିକଙ୍କ ରାଷ୍ଟ୍ରପତି ଶାସନକୁ ନେଇ ସୁପାରିସକୁ କେନ୍ଦ୍ରୀୟ କ୍ୟାବିନେଟ୍ ମଞ୍ଜୁର କରିଥିଲେ । ବିଜେପି-ପିଡିପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଗତ ଜୁନ୍ ମାସଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ ଦର୍ଶାଯାଇଛି ବର୍ତ୍ତମାନଠାରୁ ବିଧାନସଭାର କ୍ଷମତା ଅପସାରଣ କରାଗଲା ଏବଂ ସଂସଦ ଦ୍ୱାରା ବା ଅଧୀନରେ ଏହା ପରିଚାଳିତ ହେବ।